ଚେନ ଛିନତାଇ ଉଦ୍ୟମ ପଡ଼ିଲା ମହଙ୍ଗା, ଲୁଟେରାକୁ ନିସ୍ତୁକ ମାଡ଼

କଟକ : କଟକ ଜିଲା ମାଲଗୋଦାମ ଥାନାର ଜଣେ ମହିଳା କନେଷ୍ଟବଲଙ୍କ ଠାରୁ ସୋମବାର ଜଣେ ଲୁଟେରା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ମହିଳା ଜଣକ ଯୋବ୍ରା ଥାନାକୁ ଯିବା ସମୟରେ ରାସ୍ତାରେ ଏହି ଘଟଣା ଘଟିଥିଲା। ଲୁଟେରା ଜଣକ ଚେନ ଲୁଟ କରିବାକୁ ଉଦ୍ୟମ କରିବା ବେଳେ ମହିଳା କନେଷ୍ଟବଲ ତା’କୁ କାବୁ କରି ନେଇଥିଲେ। ପରେ ମହିଳା ଓ ସ୍ଥାନୀୟ ଲୋକେ ମିଶି ଲୁଟେରାଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଥିବା ସୂଚନା ମିଳିଛି।

Comments are closed.