ଆଇନଜୀବୀଙ୍କ ଘରୁ ଚୋରି ଅଭିଯୋଗ

ବ୍ରହ୍ମପୁର: ଜଣେ ଆଇନଜୀବୀଙ୍କ ଘରୁ ସୁନା ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ବ୍ରହ୍ମପୁର ରାମକୃଷ୍ଣ ନଗର ୪ର୍ଥ ଲାଇନରେ ରହୁଥିବା ଆଇନଜୀବୀ କେଶବଚନ୍ଦ୍ର ମହାନ୍ତିଙ୍କ ଘରେ କେହି ନଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ କିଛି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ଅଲମିରା ଭାଙ୍ଗି ୫୦ ହଜାର ଟଙ୍କା ସହ ସୁନା ଚେନ, ଚୁଡି, ମୁଦି ଇତ୍ୟାଦି ଲୁଟି ନେଇ ଯାଇଥିଲେ । ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି ।

Comments are closed.