ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଖୋର୍ଦ୍ଧା : ଦିନ ଦିପହରରେ ମୁଣ୍ଡରେ ବନ୍ଧୁକ ଲଗାଇ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ରାସ୍ତାରେ ଉକ୍ତ ସୁନା ବ୍ୟବାସାୟୀ ନିଜ ଦୋକାନକୁ ଯାଉଥିବା ବେଳେ ୪ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ତାଙ୍କ ବାଟ ଓଗାଳିଥିଲେ । ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ । ଏନେଇ ଜଙ୍କିଆ ଥାନାରେ ବ୍ୟବସାୟୀଜଣଙ୍କ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.