ଲୁଟ୍ ଉଦ୍ୟମ ବେଳେ ଟ୍ରକ ତଳେ ଚାପି ହୋଇ ଲୁଟେରା ମୃତ

ରାଉରକେଲା : ରାଉରକେଲାର ବାଗଡେଗା ଘାଟିରେ ଲୁହା ବୋଝେଇ ଟ୍ରକରୁ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଲୁଟେରାଙ୍କ ମୃତ୍ୟୁ ହୋଇଛି। ଏହାସହ ୩ଜଣ ଲୁଟେରା ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାସହ ୨ଜଣଙ୍କୁ ପୁଲିସ ଗିରଫ କରିଛି। ଘଟଣାସ୍ଥଳରୁ ପୁଲିସ ଏକ ବାଇକ ଜବତ କରିଛି।

ସୂଚନାଯୋଗ୍ୟ ଯେ, ଟ୍ରକଟି ଲୁହା ବୋଝେଇ କରି ବାଗଡେଗା ଘାଟିରେ ଯାଉଥିଲା। ସେହି ସମୟରେ ଲୁଟେରାମାନେ ଟ୍ରକକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡ୍ରାଇଭର ହଠାତ ଟ୍ରକଟିକୁ ଆଗକୁ ନେଇ ଯିବା ଫଳରେ ଜଣେ ଲୁଟେରାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାସହ ଅନ୍ୟମାନେ ଆହତ ହୋଇଥିଲେ।

Comments are closed.