ଏଟିଏମରୁ ଲୁଟ ଉଦ୍ୟମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ବଜାରରେ ଥିବା ଏଟିଏମରୁ ସୋମବାର ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏସବିଆଇ ଏଟିଏମ ଭଙ୍ଗାରୁଜା କରିଛନ୍ତି। ମାତ୍ର ଏଟିଏମରୁ କେତେ ଲୁଟ ହୋଇଛି, ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Comments are closed.