ଦୁଇ ପରିବାରର ୬ଲକ୍ଷର ଗହଣା ସମେତ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ଚୋରି

ସୋର : ସୋର ଥାନା ଅନ୍ତର୍ଗତ ଦହିସଡା ଗ୍ରାମର ଦୁଇ ପରିବାରର ୬ଲକ୍ଷ ଟଙ୍କାର ଗହଣା ଚୋରି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଦହିସଡା ଗ୍ରାମର ବସନ୍ତ ମଳିକ ଓ ଗୟାଧର ପାତ୍ରଙ୍କ ଘରୁ ଚୋରି କରିଛନ୍ତି। ସେମାନଙ୍କ ଘରର କବାଟ ଓ ଆଲମିରା ଭାଙ୍ଗି ୬ଲକ୍ଷ ଟଙ୍କାର ଗହଣା ସହ ନଗଦ ୧ଲକ୍ଷ ୭୦ହଜାର ଟଙ୍କା ଚୋରି କରି ନେଇଛନ୍ତି। ତେବେ ଉଭୟଙ୍କ ପରିବାର ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଏପରି କାଣ୍ଡ ସେମାନଙ୍କ ଘରେ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.