ଦେଶର କିଛି ବିଶିଷ୍ଟ ରାଜନେତା; ଯେଉଁମାନେ ସର୍ବାଧିକ ସମୟ ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ପଦ

ଦିଲ୍ଲୀ (ସମାଜ ପୋର୍ଟାଲ ଡେସ୍କ): ଭାରତ ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ। ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ ନିର୍ବାଚିତ ଜନ ପ୍ରତିନିଧି ଦେଶ ତଥା ରାଜ୍ୟର ଶାସନ ଭାର ଗ୍ରହଣ କରିଥାଆନ୍ତି। ତେବେ ଆମ ଦେଶରେ ଏପରି ଅନେକ ରାଜ୍ୟ ରହିଛି ଯେଉଁଠାରେ ଅନେକ ରାଜନେତା ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହିଛନ୍ତି। ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଥିବା ରାଜନେତାଙ୍କ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ –

ପୱନ ଚାମଲିଙ୍ଗ : ପୱନ କୁମାର ଚାମଲିଙ୍ଗ ଭାରତର ସିକ୍କିମ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ। ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଚାମଲିଙ୍ଗ ୨୪ ବର୍ଷ ଧରି ଶାସନ କରିଥିଲେ। ସେ ୧୨ ଡିସେମ୍ବର ୧୯୯୪ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଜ୍ୟୋତି ବସୁ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ୧୯୭୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୩ ବର୍ଷ ଧରି ରାଜ୍ୟର ଶାସନ ଭାର ବହନ କରିଥିଲେ। ସେ ୧୯୭୭ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଗେଗାଙ୍ଗ ଅପାଙ୍ଗ : ଗେଗାଙ୍ଗ ଅପାଙ୍ଗ ୧୯୮୦ରୁ ୧୯୯୯ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ। ଅର୍ଥାତ୍‍ ସେ ୧୯ ବର୍ଷ ଧରି ଶାସନ ଭାର ବହନ କରିଥିଲେ।

ବୀରଭଦ୍ର ସିଂହ : ବୀରଭଦ୍ର ସିଂହ ହିମାଚଳ ପ୍ରଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ ଥିଲେ। ସେ ୧୯୮୩ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୩ରୁ ୨୦୦୭ ଏବଂ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ।

ମାନିକ ସରକାର : ମାନିକ ସରକାର ପ୍ରାୟ ୧୯୯୮ରୁ ୨୦୧୮ ପର୍ଯ୍ୟନ୍ତ ଅର୍ଥାତ୍‍ ୧୯ ବର୍ଷ ଧରି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଥିଲେ।

ନବୀନ ପଟ୍ଟନାୟକ : ନବୀନ ପଟ୍ଟନାୟକ ଦୀର୍ଘ ୧୯ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳି ଆସୁଛନ୍ତି। ୨୦୦୦ ମସିହାରେ ପ୍ରଥମେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଏମ୍‍. କରୁଣାନିଧି : ମୁଥୁଭେଲ କରୁଣାନିଧି ଏକାଧାରରେ ଜଣେ ଭାରତୀୟ ଲେଖକ ଓ ରାଜନେତା ଥିଲେ। ସେ ୧୮ ବର୍ଷ ଧରି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୭ ଅଗଷ୍ଟ ୨୦୧୮ରେ ତାଙ୍କର ପରଲୋକ ଘଟିଥିଲା।

ଯଶବନ୍ତ ସିଂହ ପରମାର : ଯଶବନ୍ତ ସିଂହ ପରମାର ଭାରତୀୟ ଜାତୀୟ କଂଗ୍ରେସର ନେତା ଓ ହିମାଚଳ ପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ସେ ଦୀର୍ଘ ୧୮ ବର୍ଷ ଧରି ଶାସନ କରିଥିଲେ। ୧୯୮୧ ମସିହା ମେ’ ୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା।

ପ୍ରକାଶ ସିଂହ ବାଦଲ : ପ୍ରକାଶ ସିଂହ ବାଦଲ ୧୭ ବର୍ଷ ଧରି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶାସନ କରିଥିଲେ।

Comments are closed.