କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ୍‍ ଲୋକସଭାରେ ଗୃହିତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‍ ୨୦୧୯ ଲୋକସଭାରେ ମୌଖିକ ଭୋଟରେ ଗୃହିତ ହୋଇଯାଇଛି । ଆନ୍ଧ୍ରପ୍ରଦେଶରେ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏହି ବିଲର ଲକ୍ଷ୍ୟ। ବିଲ୍‍ ଉପରେ ବିତର୍କରେ ଉତ୍ତର ଦେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୱାଲ୍‍ ନିଶଙ୍କ କହିଛନ୍ତି, ୧୭୦୦ କୋଟି ଟଙ୍କାରେ ୪ ବର୍ଷ ମଧ୍ୟରେ ଏହି ଦୁଇଟି ଯାକ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ।

Comments are closed.