ସ୍ଥାନାପନ୍ନ ମାତୃତ୍ୱ ନିୟନ୍ତ୍ରଣ ବିଲ୍‍ ୨୦୧୯ ଲୋକସଭାରେ ଗୃହିତ

ନୂଆଦିଲ୍ଲୀ : ସରୋଗେସି ମଦର ବା  ସ୍ଥାନାପନ୍ନ ମାତୃତ୍ୱ ନିୟନ୍ତ୍ରଣ ବିଲ୍‍ ୨୦୧୯ ଲୋକସଭାରେ ଗୃହିତ ହୋଇଯାଇଛି। ବସାୟିକ ସ୍ଥାନାପନ୍ନ ମାତୃତ୍ୱ ନିଷେଧ ଏବଂ ପରୋପକାର ସ୍ଥାନାପନ୍ନ ମାତୃତ୍ୱକୁ ଅନୁମତି ଦେବା ଏହି ବିଲ୍‍ର ଲକ୍ଷ୍ୟ । ସ୍ଥାନାପନ୍ନ ମାତୃତ୍ୱର ଅର୍ଥ ହେଲା, ନିଃସନ୍ତାନ ଦମ୍ପତିମାନଙ୍କପାଇଁ ଜଣେ ମହିଳା ଶିଶୁ ଜନ୍ମକରି ସେମାନଙ୍କୁ ପ୍ରଦାନ କରିବ। ଏହି ବିଲ୍‍ ଉପସ୍ଥାପନା କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଗତ କେଇ ବର୍ଷ ହେଲା ଭାରତ ସ୍ଥାନାପନ୍ନ ମାତୃତ୍ୱର କେନ୍ଦ୍ରସ୍ଥଳୀ ପାଲଟିଛି ଏବଂ ଏହାକୁ ଫଳପ୍ରଦ ଭାବେ ନିୟନ୍ତ୍ରଣ କରିବା ଲାଗି ଏହି ବିଲ୍‍ ଉପସ୍ଥାପନ କରାଯାଇଛି। ଏହାଦ୍ୱାରା ସ୍ଥାନାପନ୍ନ ମା’ମାନଙ୍କୁ ତଥା ସେମାନଙ୍କ ଔରସରୁ ଜନ୍ମ ନେଉଥିବା ଶିଶୁକୁ ଶୋଷଣରୁ ମୁକ୍ତ କରାଯାଇପାରିବ। ସ୍ଥାନାପନ୍ନ ମାତୃତ୍ୱ ମାଧ୍ୟମରେ ଜନ୍ମ ନେଇଥିବା ଶିଶୁ ନିଃସନ୍ତାନ ଦମ୍ପତିଙ୍କର ଜନ୍ମିତ ସନ୍ତାନ ବୋଲି ବିବେଚନା କରାଯିବ। ବ୍ୟାବସାୟିକ ସ୍ଥାନାପନ୍ନ ମାତୃତ୍ୱପାଇଁ ବିଜ୍ଞାପନ ଦେବା କିମ୍ବା ଚୁକ୍ତିଦ୍ୱାରା ଆବଦ୍ଧ କରିବା ଅପରାଧ ଭାବେ ବିବେଚନା କରିବା ଏହି ବିଲ୍‍ର ଲକ୍ଷ୍ୟ।

Comments are closed.