www.samajalive.in
Monday, December 8, 2025
14.1 C
Bhubaneswar

ଉତ୍ତରପ୍ରଦେଶରେ ଏସ୍‍ପି-ବିଏସ୍‍ପି-ଆରଏଲଡି ଆସନ ଭାଗବଣ୍ଟା ଶେଷ

ଲକ୍ଷ୍ନୌ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ଏସ୍‍ପି) ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି। ଏନେଇ ଏସ୍‍ପି-ବିଏସ୍‍ପି- ଆରଏଲଡି ମେଣ୍ଟ ପକ୍ଷରୁ ଗୁରୁବାର ତାଲିକା ପ୍ରକାଶ ପାଇଛି। ତାଲିକା ଅନୁସାରେ ଉତ୍ତରପ୍ରଦେଶର ମୋଟ ୮୦ଟି ଲୋକସଭା ଆସନ ମଧ୍ୟରୁ ଏସ୍‍ପି ୩୭, ବିଏସ୍‍ପି ୩୮ ଓ ଆରଏଲଡି ୩ ଟି ଆସନରେ ନିର୍ବାଚନ ଲଢିବେ। ରାଷ୍ଟ୍ରୀୟ ଲୋକଦଳକୁ ମୁଜାଫରନଗର, ବାଗପତ ଏବଂ ମଥରୁ ଆସନ ଦିଆଯାଇଛି। କଂଗ୍ରେସ ପାଇଁ ଅମେଠି ଏବଂ ରାୟବରେଲି ଲୋକସଭା ଆସନ ଛାଡ଼ି ଦିଆଯାଇଛି। ମେଣ୍ଟ ପକ୍ଷରୁ ଜାରି ତାଲିକାରେ ଏହି ଦୁଇ ଆସନ ନେଇ କିଛି ଉଲ୍ଲେଖ ନାହିଁ। ଅର୍ଥାତ ପୂର୍ବ ନିଷ୍ପତ୍ତି ଅନୁସାରେ ଏସ୍‍ପି-ବିଏସ୍‍ପି ମେଣ୍ଟ ଏହି ଦୁଇଟି ଆସନରେ ନିର୍ବାଚନ ଲଢିବେ ନାହିଁ। ଏସ୍‍ପି ଗୋରଖପୁର, ଗୋଣ୍ଡା, କୁଶୀନଗର, ଆଜମଗଡ଼, ବାରାଣାସୀ, ଗାଜିଆବାଦ, ହାଥରସ, ପିଲିଭୀତ, ମୌନପୁରୀ, ଖିରୀ, କୌନଜ, ବାନ୍ଦା, ଫୁଲପୁର, ଆହ୍ଲାବାଦ, କୌରାନା ମୁରାଦାବାଦ, ରାମପୁର, ଇଟ୍ଟାୱା, କାନପୁର ଲକ୍ଷ୍ନୌ ଏବଂ ଝାନ୍ସୀରେ ନିର୍ବାଚନ ଲଢିବ। ବିଏସ୍‍ପି ପ୍ରତାପଗଡ଼, ସୁଲତାନପୁର, ଅଲ୍ଲୀଗଡ଼, ଆଗ୍ରା, ମେରଠ, ଅମରୋହା, ବିଜନୌର, ଆକବରପୁର, ଗୌତମବୁଦ୍ଧ ନଗର, ବୁଲନ୍ଦସହର ଆଦି ଆସନରେ ନିର୍ବାଚନ ଲଢିବ।
ସୂଚନା ଅନୁସାରେ ପଶ୍ଚିମ ଉତ୍ତରପ୍ରଦେଶର ପ୍ରାୟ ଆସନରେ ଏସ୍‍ପି ଓ ପୂର୍ବ ଉତ୍ତରପ୍ରଦେଶର ପ୍ରାୟ ଆସନରେ ବିଏସ୍‍ପି ନିର୍ବାଚନ ଲଢିବେ। ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ୧୭ଟି ଆସନ ମଧ୍ୟରୁ ବିଏସ୍‍ପି ୧୦ଟି ଓ ଏସ୍‍ପି ୭ଟି ଆସନରେ ପ୍ରାର୍ଥୀ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାରାଣାସୀ ସମେତ ରାଜଧାନୀ ଲକ୍ଷ୍ନୌ, ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁର, ଶିଳ୍ପନଗରି କାନପୁର, ଆହ୍ଲାବାଦ, ଫୈଜାବାଦ ଏବଂ ଗାଜିଆବାଦ ଭଳି ବହୁ ଚର୍ଚ୍ଚିତ ଆସନରେ ଏସ୍‍ପି ପ୍ରାର୍ଥୀ ଦେବ। ଦଳିତ ଆନ୍ଦୋଳନର କେନ୍ଦ୍ର କୁହାଯାଉଥିବା ସାହାରନପୁର ଆସନ ସମେତ ଆଗ୍ରା, ମେରଠ, ଗାଜିପୁର, ବୁଲନ୍ଦସହର ଏବଂ ସୁଲତାନପୁର ଭଳି ବହୁଚର୍ଚ୍ଚି ଆସନରେ ବିଏସ୍‍ପି ପ୍ରାର୍ଥୀ ଦେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories