ବିହାରର ସମସ୍ତ ୪୦ ଆସନରେ ନିର୍ବାଚନ ଲଢିବ ବିଏସ୍‍ପି

0

ଲକ୍ଷ୍ନୌ : ବିହାରର ସମସ୍ତ ୪୦ଟି ଲୋକସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ପ୍ରାର୍ଥୀ ଦେବ ବୋଲି ସୋମବାର ଘୋଷଣା କରିଛି। ବିହାରରେ ମହାମେଣ୍ଟ ଓ ଏନଡିଏ ସହ ବିଏସ୍‍ପିର ସିଧାସଳଖ ମୁକାବିଲା ହେବ। ମହାମେଣ୍ଟରେ କଂଗ୍ରେସ, ଆରଜେଡି, ଆରଏଲଏସ୍‍ପି, ହମ ଦଳ ଥିବାବେଳେ ଏନଡିଏରେ ଜେଡିୟୁ, ବିଜେପି, ଏଲଜେପି ଦଳ ଅଛନ୍ତି। ‘ସର୍ବସମାଜର ସମ୍ମାନରେ ବେହନ ଜୀ ମୈଦାନରେ’ ସ୍ଲୋଗାନ ସହ ପାର୍ଟି କାର୍ଯ୍ୟକତା ନିଜ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ବିହାରର ବିଏସ୍‍ପି ପ୍ରଭାରୀ ଡ. ଲାଲ ଜୀ ମେନ୍ଧକର ଏନେଇ ପ୍ରେସ୍‍ ବିଜ୍ଞପ୍ତି ଜାରି କରିଛନ୍ତି।

Leave A Reply