ସପାର ତାରକା ପ୍ରଚାରକଙ୍କ ତାଲିକାରେ ମୁଲାୟମଙ୍କ ନାମ ନାହିଁ

0

ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି (ସପା) ପକ୍ଷଣୁ ଶନିବାର ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ତେବେ ସବୁଠୁ ଆଚମ୍ବିତ କରିବା ଭଳି କଥା ହେଉଛି ଯେ ଏଥିରେ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ନାମ ନାହିଁ। ଦଳ ପକ୍ଷରୁ ୪୦ ଜଣ ପ୍ରଚାରକଙ୍କ ନାମ ଜାରି କରାଯାଇଛି। ଏଥିରେ ସପା ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ, ଆଜମ ଖାନ, ଜୟା ବଚ୍ଚନ, ଡିମ୍ପଲ ଯାଦବ ଏବଂ ତେଜପ୍ରତାପ ଯାଦବ, ଏସପି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ, ରାଜ୍ୟସଭା ସାଂସଦ ଜାଭେଦ ଅଲ୍ଲି ଖାଁ, ବିଶ୍ୱମ୍ବର ପ୍ରାସଦ ନିଷାଦ, ସୁରେନ୍ଦ୍ର ନାଗର ଏବଂ ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀଙ୍କ ନାମ ରହିଛି। ତେବେ ଏହି ତାଲିକାରେ ମୁଲାୟମଙ୍କ ନାମ ନରହିବା ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷରେ ଶିବପାଲ ଯାଦବଙ୍କ ପ୍ରଗତୀଶୀଳ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ମଧ୍ୟ ମୁଲାୟମ ସିଂହ ଯାଦବଙ୍କ ନାମ ନାହିଁ। ଏହି ତାଲିକାରେ ଶିବପାଲ ଏବଂ ତାଙ୍କ ପୁଅ ଆଦିତ୍ୟ ଯାଦବଙ୍କ ନାମ ରହିଛି। ଏହାର ଗୋଟିଏ ଦିନ ପୂର୍ବରୁ ମାୟାବତୀ ନିଜ ୨୦ ଜଣ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ। ଏହି ତାଲିକାରେ ମାୟାବତୀ, ସତୀଶ ଚନ୍ଦ୍ର ମିଶ୍ରା, ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦଙ୍କ ନାମ ରହିଛି।

Leave A Reply