ଟିଏମ୍‍ସି ପାଇଁ ପ୍ରଚାର କରୁଛନ୍ତି ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ, ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

କଲକାତା : ପଶ୍ଚିମବଙ୍ଗର ଶାସକ ଦଳ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) ପ୍ରାର୍ଥୀଙ୍କ ପାଇଁ ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ ପ୍ରଚାର କରୁଛନ୍ତି। ଏହି ଘଟଣାକୁ ନେଇ ମଙ୍ଗଳବାର ବିଜେପି ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆୟାଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେପି ନେତା ଜେପି ମଜୁମଦାର କଲକାତାଠାରେ ନିର୍ବାଚନ ଆୟୁକ୍ତଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ନିୟମ ଅନୁସାରେ ବିଦେଶୀ ନାଗରିକ ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ମାତ୍ର ଟିଏମ୍‍ସି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବାଂଲାଦେଶୀ ନାଗରିକଙ୍କ ବ୍ୟବହାର କରୁଛି। ଭିସା ନିୟମ ଉଲ୍ଲଙ୍ଘନ ପାଇଁ ଏହି ବାଂଲାଦେଶ ନାଗରିକଙ୍କୁ ଗିରଫ କରାଯିବା ଉଚିତ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶୀ ଅଭିନେତା ଫିରଦୌସ ଅହମଦ ପଶ୍ଚିମବଙ୍ଗ ରାୟଗଂଜ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରୁଛନ୍ତି। ଫିରଦୌସଙ୍କ ପ୍ରଚାର ଏବେ ପଶ୍ଚିମବଙ୍ଗରେ ନୂଆ ବିବାଦ ସୃଷ୍ଟି କରିଛି।

Comments are closed.