ଭାରତପାଇଁ ନୂଆ ଯୁଦ୍ଧ ବିମାନ ଏଫ୍‌-୨୧ ତିଆରି କରିବାକୁ ପ୍ରସ୍ତାବ ଦେଲା ଆମେରିକାର ଲକ୍‌ହିଡ୍‌

0

ନୂଆଦିଲ୍ଲୀ ..-  ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍‌ହିଡ୍‌ ଭାରତ ପାଇଁ  ନୂତନ ଧରଣର ଏଫ୍‌-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର ବୈଶିଷ୍ଟ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।  ଭାରତର ଟାଟା ଆଡଭାନସ୍‌  ସିଷ୍ଟମସ୍‌ ସହ ମିଶି କରି ଲକ୍‌ହିଡ୍‌ ଏହି ଯୁଦ୍ଧ ବିମାନ ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି ।

ଲକ୍‌ହିଡ୍‌ , ବୋଇଂ , ଡାସ୍‌ଲଟ୍‌ ଓ ସାବ୍‌  ଭାରତକୁ ୧୧୪ଟି ଯୁଦ୍ଧ ବିମାନ ବିକ୍ରୀ କରିବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥିପାଇଁ ଭାରତକୁ ୧୫ ବିଲିୟନ ଆମେରିକୀୟ ଡଲାର ବା ଏକ ଲକ୍ଷ ୫ ହଜାର କୋଟି  ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।  ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭାରତ ୧୧୪ଟି ନୂତନ ଯୁଦ୍ଧ ବିମାନ କିଣିବାର ଯୋଜନା ରହିଛି । ପୂର୍ବରୁ ଡାସାଲଟ୍‌ ଭାରତୀୟ ବାୟୁସେନାକୁ ରାଫେଲ୍‌ ବିମାନ ଯୋଗାଇ ଦେବାପାଇଁ ବୁଝାମଣା ସ୍ୱାକ୍ଷର କରିଛି । ଭାରତ ବାୟୁସେନା ପାଇଁ ଆହୁରି ନୂତନ ଜ୍ଞାନକୌଶଳର ଯୁଦ୍ଧ ବିମାନ କଣିବାର ଅଛି ।

ପୂର୍ବରୁ  ଆମେରିକୀୟ ଏହି ଯୁଦ୍ଧାସ୍ତ୍ର ନିର୍ମାଣକାରୀ ଫାର୍ମ ଏଫ୍‌-୧୬ ବିମାନ ଭାରତରେ ନିର୍ମାଣ କରିବା ପାଇଁ  ପ୍ରସ୍ତାବ ଦେଇଥିଲା । ଟେକ୍ସାସରେ ଥିବା ତାହାର ଏଫ୍‌-୧୬ ନିର୍ମାଣ ୟୁନିଟ୍‌କୁ ଭାରତକୁ ସ୍ଥାନାନ୍ତରକରିବା ପାଇଁ ପ୍ରସ୍ତାବ ଦେଇଛି ।

ଏଥିପାଇଁ ପଞ୍ଚମ ଅପଗ୍ରେଡ ଶ୍ରେଣୀର ଏଫ୍‌-୨୨ ଓ ଏଫ୍‌-୩୫ ନିର୍ମାଣର ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯିବ ବୋଲି ଫାର୍ମ ପକ୍ଷରୁ କୁହାଯାଇଛି ।

Leave A Reply