ଆନନ୍ଦପୁର ବନ ବିଭାଗ ପକ୍ଷରୁ ଗାଡ ଭାଲୁ ଉଦ୍ଧାର

0

ଘସିପୁରା : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନ ବିଭାଗ ପକ୍ଷରୁ ଏକ ଆହତ ଗାଡ ଭାଲୁକୁ ଉଦ୍ଧାର କରାଯାଇଛି। ଆନନ୍ଦପୁର ବ୍ଲକ ଅନ୍ତର୍ଗତ ହରିଡାପାଳ ଗ୍ରାମକୁ ଏକ ଗାଡ ଭାଲୁ ପଶି ଆସିଥିଲା। କୁକୁର ମାନେ ଗାଡଭାଲୁକୁ ଦେଖି କାମୁଡି କ୍ଷତ ବିକ୍ଷତ କରିଦେଇଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ବନକର୍ମଚାରୀଙ୍କୁ ଖବର ଦେଇଥିଲେ।
ଆନନ୍ଦପୁର ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦେଶ କ୍ରମେ ରେଞ୍ଜର ପ୍ରଶାନ୍ତ ସ୍ୱାଇଁ, ବନରକ୍ଷୀ ନବ କିଶୋର ନାୟକଙ୍କ ସହିତ ବନସୁରକ୍ଷା କର୍ମଚାରୀ ପ୍ରମୁଖ ପହଞ୍ଚି ଗାଡ ଭାଲୁ ଛୁଆକୁ ଉଦ୍ଧାର କରଥିଲେ। ପରେ ପଶୁ ଚିକିତ୍ସକଙ୍କ ନିକଟରେ ପ୍ରାଥମିକ ଚିକିତ୍ସା ପରେ ଗାଡ ଭାଲୁକୁ ହଦଗଡ ଅଭୟାରଣ୍ୟରେ ଛାଡିଦେଇଥିବା ଜଣାପଡିଛି।

Leave A Reply