ପାକିସ୍ତାନ ସେନା ଉପରେ ଚାପ ଜାରି ରଖିବ ଭାରତ

0

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଭାରତ ପାକିସ୍ତାନ ଉପରେ ଚାପ ପ୍ରୟୋଗ ଜାରି ରଖିବ। ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ ବନ୍ଦ ନ କରିବା ପର୍ୟ୍ୟନ୍ତ ତା’ର ସେନା ଉପରେ ସର୍ବଦା ଚାପରେ ରଖିବାକୁ ପଡ଼ିବ ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଯାବତ ଏଲଓସିରେ ୪୯୦ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବାବେଳେ ଏଥିଯୋଗୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହାବ୍ୟତୀତ ପାକିସ୍ତାନ ପଟୁ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ହୋଇଆସୁଛି। ଏଥିପାଇଁ ପାକିସ୍ତାନ ସେନା ସହଯୋଗ କରୁଛି। ଯଦ୍ବାରା କିଛି ସ୍ଥାନରେ ଭାରତୀୟ ସେନା ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏଯାବତ୍ ଜମ୍ମୁ ଓ କାଶ୍ମୀରକୁ ୩୦୦ରୁ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ଭାରତୀୟ ସେନା ଦ୍ବାରା ନିହତ ହୋଇଛନ୍ତି। ଅପରପକ୍ଷରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ନେଇ ଭାରତୀୟ ସେନା ପକ୍ଷରୁ ଜବାବ ଦିଆଯାଇଛି। ଏଥିରେ ୨୫ ପାକିସ୍ତାନ ସୈନ୍ୟଙ୍କ ସହ କେତେଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

Leave A Reply