ଋଣ ଖିଲାପକାରୀଙ୍କ ପାଇଁ ନୂଆ ଯୋଜନା

0

ନୂଆଦିଲ୍ଲୀ:ଦେଶରେ ବ୍ୟାଙ୍କ ଋଣ ଠକେଇ କରି ବିଦେଶ ପଳାୟନ କରୁଥିବା ବଡଧରଣର ଋଣ ଖିଲାପକାରୀଙ୍କ ବିରୋଧ କଡା ପଦକ୍ଷେପ ଗ୍ରହଣ କରିବାକୁ ସରକାର ଯୋଜନା କରୁଛନ୍ତି ା ଏପରିକି ସେମାନଙ୍କ ବିଦେଶ ପଳାୟନ ଉପରେ ରୋକ୍‌ ଲଗାଇବାକୁ ସରକାର ଚିନ୍ତା କରୁଛନ୍ତି ା ଏଥିପାଇଁ ଏକ କମିଟି ଗଠନ କରାଯାଇଛି ା ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ଭଳି ବଡ ଧରଣର ଠକେଇକାରୀ ସହଜରେ ବିମାନ ବନ୍ଦର ଦେଇ ବିଦେଶକୁ ପଳାୟନ କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ପଦ​‌େ​‌କ୍ଷପ ଗ୍ରହଣ କରାଯାଇଛି ା
ୱିନ୍‌ସମ୍‌ ଡାଏମଣ୍ଡ୍‌ସ ଆଣ୍ଡ୍‌ ଜୁଏଲେରୀ ଲିମି​‌େ​‌ଟଡ୍‌ର ମୁଖ୍ୟ ଜତୀନ୍‌ ​‌େ​‌ମହେଟ୍ଟା ମଧ୍ୟ ବିଭିନ୍ନ ବ୍ୟାଙ୍କରେ ପାଖପାଖି ୭୦୦୦ ​‌େକ​‌ାଟି ଟଙ୍କାର ଠକେଇ କରିଛନ୍ତି ା ତେବେ ଏ ସମ୍ପର୍କରେ ଅର୍ଥ ସେବା ସଚିବ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ା ଏହି କମିଟିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ମନ୍ତ୍ରାଳୟ, ପ୍ରବତ୍ତର୍ନ ନି​‌େ​ର୍ଦଶାଳୟ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ପ୍ରତିନିଧି ରହିଛନ୍ତି। ଏହାଛଡା ଋଣ ଖିଲାପକାରୀମାନେ ଆପଣାଉଥିବା ​​‌େ​‌ଦ୍ବୖତ ନାଗରିକତ୍ବ ପ୍ରସଙ୍ଗ ଉପରେ କଟକଣା ଲଗାଇବା ଉପରେ ମଧ୍ୟ ବୈ​‌ଠକରେ ଆଲୋଚନା ହୋଇଥିଲା ା ଏ ନେଇ ପ୍ରଚଳିତ ଆଇନରେ ପରିବର୍ତ୍ତନ ଆବଶ୍ୟକତା ଥିବା ମତ ପ୍ରକାଶ ପାଇଥିଲା ା ଏଥିରେ ଅନ୍ୟ ରାଷ୍ଟ୍ରର ନାଗରିକତ୍ବ ରଖିଥିବା ଏବଂ ସେ ସମ୍ପର୍କରେ ଘୋଷଣା କରି ନ ଥିବା ପ୍ରମୋଟରଙ୍କ ଉପରେ ନଜର ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ା ଋଣ ଖିଲାପକାରୀଙ୍କ ପକ୍ଷରୁ ରଖାଯାଇଥିବା ବିଦେଶ ଯାତ୍ରା ଯୋଜନା ସମ୍ପର୍କରେ ସରକାର ସବିଶେ​‌ଷ ତଥ୍ୟ ମାଗିପାରିବେ ା ଏହାକୁ ବର୍ତ୍ତମାନ କମିଟି ତା’ର ରି​‌େପ​‌ାର୍ଟରେ ସାମିଲ କରିଛି ା ଖିଲାପ କରାଯାଇଥିବା ଏକ ଋଣକୁ ଏନ୍‌ପିଏ ଶ୍ରେଣୀଭୁକ୍ତ କରାଯିବାକୁ ଅଧିକ ସମୟ ଲାଗୁଥିବା ଯୋଗୁ ଠକେଇ ସମ୍ପର୍କରେ ଜଣାପଡିବାକୁ ସମୟ ଲାଗୁଛି ା
ଏହାର ଲାଭ ଉଠାଇ ଏହି ସବୁ କମ୍ପାନୀର ପ୍ରମୋଟର ବିଦେଶ ପଳାୟନ କରୁଛନ୍ତି ା ଯଦି ଋଣ ଖିଲାପର ପ୍ରମାଣ ମିଳେ ତେବେ ଏହି ସବୁ ଠକେଇକାରୀଙ୍କ ବିଦେଶ ଯାତ୍ରା ସମ୍ପର୍କରେ ତଥ୍ୟ ରହିଥିଲେ ସେମାନଙ୍କୁ ଯିବାରୁ ବାରଣ କରାଯାଇପାରିବ ା

Leave A Reply