ଯକୃତକୁ ସୁସ୍ଥ ରଖିବାର ଉପାୟ

ଯକୃତ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ। ଏହା ଆମ ଶରୀରରେ ଖାଦ୍ୟକୁ ପାଚନ କରାଇବାରେ ସାହାଯ୍ୟ କରିଥାଏ। ଯକୃତ ବିନା ବଞ୍ଚିବା କଷ୍ଟ ସାଧ୍ୟ ଅଟେ। ଆସନ୍ତୁ ଜାଣିବା ଏପରି ଏକ ପାନୀୟ ବିଷୟରେ ଯାହା ଯକୃତ ପାଇଁ ଖୁବ୍‍ ଉପକାରୀ

ପ୍ରସ୍ତୁତ କରନ୍ତୁ ପାନୀୟ :

ପ୍ରଥମେ ୨ କପ ପାଣିକୁ ପୁଟାଇ ରଖନ୍ତୁ। ପାଣି ଫୁଟିବା ଆରମ୍ଭ ହେବା ମାତ୍ରେ ସେଥିରେ କିସମିସ ପକାଇ ଦିଅନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ ୨୦ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ତାପରେ ତାକୁ କାଢି ରାତି ସାରା ରଖି ଦିଅନ୍ତୁ ।

ଏହି ପାନୀୟକୁ ପ୍ରତ୍ୟେକ ଦିନ ସକାଳେ ପିଅନ୍ତୁ। ପାଣିରେ ପଡିଥିବା କିସମିସକୁ ନ ଫୋପାଡି ଖାଇ ପାରିବେ। ଏହି ପାନୀୟକୁ ଆପଣ ପ୍ରତ୍ୟେକ ମାସରେ ୩ଦିନ ପିଅନ୍ତୁ। ଏହାଦ୍ୱାରା ଯକୃତ ସଠିକ ଭାବେ ସୁସ୍ଥ ରହିଥାଏ।

ଯକୃତ ଖରାପ ହେବାର ମୁଖ୍ୟ ଲକ୍ଷଣ :

ଆଖି ତଳ/ ଚାରିପାଖ କଳା ପଡିବା

ପେଟରେ ଯନ୍ତ୍ରଣା ହେବା

ମୁହଁରେ ଧଳା ଦାଗ ହେବା

ଆଖି ହଳଦିଆ ଦେଖାଯିବା

ଯକୃତ ଖରାପ ହେବାର କେତୋଟି କାରଣ :

ଧୂମପାନ କରିବା

ଠିକ୍‍ ଭାବେ ଖାଦ୍ୟ ନ ଖାଇବା

ଅଧିକ ମାତ୍ରାରେ ମଦ୍ୟପାନ କରିବା

ଅଧିକ କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ ଖାଇବା

Comments are closed.