‘ମୋ ଆଶା’ର ବର୍ଷା ସଂଖ୍ୟା ଉନ୍ମୋଚିତ

ନିମାପଡ଼ା: ସ୍ଥାନୀୟ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ପ୍ରକାଶ ପାଉଥିବା ତ୍ରୟମାସିକ ଶିଶୁ କିଶୋର ପତ୍ରିକା ‘ମୋ ଆଶା’ର ବର୍ଷା ସଂଖ୍ୟା ସୋମବାର ପୁରୀ ପୌର ସଦନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଶିଶୁ ସମାଚାର ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁମେଳାରେ ଏହି ପତ୍ରିକା ଉନ୍ମୋଚିତ ହୋଇଥିଲା। ଜାତୀୟ ପୁରସ୍କାରପ୍ରାପ୍ତ ଶିଶୁକବି ବୀରେନ୍ଦ୍ର କୁମାର ସାମନ୍ତରାୟ, ଲୋକସେବା ଆୟୋଗ ସଦସ୍ୟ ଜଗନ୍ନାଥ ମହାନ୍ତି, ଡାକ୍ତର ହରିବଲ୍ଲଭ ମହାପାତ୍ର, ଶିଶୁ ସମାଚାରର ସମ୍ପାଦକ ସୁକାନ୍ତ ପଣ୍ଡା ପ୍ରମୁଖ ପତ୍ରିକା ଉନ୍ମୋଚନ କରିଥିଲେ। ସୂଚନାଯୋଗ୍ୟ, ମୋ ଆଶା ପତ୍ରିକାର ସମ୍ପାଦକ ସୁମନ୍ତ ମହରାଣା ଉପସ୍ଥିତ ଥିଲେ।

Comments are closed.