ମଦ ବିରୋଧୀ ଆନ୍ଦୋଳନ : ମଦ ନେଇ ଆସୁଥିବା ଗାଡି ସହ ମଦ ଭାଙ୍ଗିଲେ ମହିଳା

0

ଧାମରା : ଭଦ୍ରକ ଜିଲ୍ଲା ଧାମରାର ବାଂଶଡା ଥାନା ଅର୍ନ୍ତଗତ କରଣପଲ୍ଲୀ ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ମେ’ ମାସରେ ଏହି ପଂଚାୟତରେ ଥିବା ସମସ୍ତ ମହିଳା ମଣ୍ଡଳ ଜିଲ୍ଲା ପ୍ରଶାସନ ତଥା ଅବକାରୀ ବିଭାଗକୁ ଲିଖିତ ଭାବରେ ଏହି ପଂଚାୟତରେ ଚୋରା ମଦ କାରବାରକୁ ବନ୍ଦ କରିବା ପାଇଁ ଜଣାଇଥିଲେ। ଆଜି ପର୍ଯ୍ୟନ୍ତ ଏହି ଚୋରା ମଦର ପ୍ରାର୍ଦୁଭାବରେ ଅତିଶୟ ହୋଇ ପଡିଥିଲେ ଏହି ମହିଳା ମଣ୍ଡଳ । ଆଜି ସନ୍ଧ୍ୟା ୭ଟା ସମୟରେ ଭଦ୍ରକରୁ ଏକ ବଲେରୋ (ଓଡି-୨୨ଜି ୧୧୨୪) ଗାଡିରେ ବିପୁଳ ପରିମାଣରେ ମଦ ଧାମରା ଅଭିମୁଖେ ଯାଉଥିବା ସମୟରେ କରଣପଲ୍ଲୀ ଠାରେ ଥିବା ମହିଳା ମଣ୍ଡଳର ମହିଳା ମାନେ ଏହି ଗାଡିକୁ ଅଟକାଇ ମଦ ବେପାର ବନ୍ଦ କରିବାକୁ ଚେତାବନୀ ଦେବାପରେ ମଧ୍ୟ କାହିଁକି ମଦ ବେପାର ବନ୍ଦ କରୁନାହଁ ବୋଲି ପଚାରିଥିଲେ। ମାତ୍ର ସଂପୃକ୍ତ ଗାଡି ଚାଳକ ବେପରୁଆ ମନୋଭାବରେ ଏହି ମହିଳା ମାନଙ୍କୁ ଗାଳି ଦେଇଥିଲା। ଫଳରେ ଉପସ୍ଥିତ ଥିବା ଶତାଧିକ ମହିଳା ଏହି ଗାଡିର ଚାଳକକୁ ଅତର୍କିତ ଆକ୍ରମଣ କରିବା ସହ ମଦ ବୋଝେଇ ଗାଡ ଏବଂ ଏଥିରେ ଥିବା ସମସ୍ତ ମଦ ପେଟି ଗୁଡିକୁ ଭାଙ୍ଗି ଦେଇଥିଲେ।

Leave A Reply