ସିଂହଙ୍କୁ ହଇରାଣ କଲେ ୭ ବର୍ଷ ଜେଲ୍‌

0

ଅହମ୍ମଦାବାଦ: ଏବେ ଗୁଜୁରାଟର ଗିର ଅଭୟାରଣ୍ୟରେ ସିଂହମାନଙ୍କୁ ହଇରାଣ କଲେ ୭ ବର୍ଷ ଜେଲ୍‌ଦଣ୍ଡ ହେବ ବୋଲି  ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଗତ କିଛି ମାସ ହେଲା ଗିର ଅଭୟାରଣ୍ୟରେ ସିଂହମାନଙ୍କୁ ବିଭିନ୍ନ ସମୟରେ ହଇରାଣ କରାଯାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ଲୋକ ସିଂହମାନଙ୍କୁ ପ୍ରଲୋବିତ କରି ଖୋଲା ଓ ଜନବସତି ଅଞ୍ଚଳକୁ ଆଣୁଥିଲେ । ଅମରେଲି ଓ ଭାବନଗରରେ ଥିବା ୧୦୯ ବର୍ଗ କିଲୋମିଟର ଅଞ୍ଚଳରେ ଏହି ନିର୍ଦେଶ ଲାଗୁ ହେବ । ଏବେ ଗିର୍‌ ଅଭୟାରଣ୍ୟରେ ୫୨୩ଟି ସିଂହ ଅଛନ୍ତି । ଗିର୍‌ ଅଭୟାରଣ୍ୟ ୧୫ଶହ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ।

Leave A Reply