ଲିଙ୍ଗାୟତକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଫାଟ

0

ବେଙ୍ଗାଲୁରୁ : ଲିଙ୍ଗାୟତକୁ ପୃଥକ ଧର୍ମ ମାନ୍ୟତା ଦେବା ପାଇଁ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କ ନିଷ୍ପତ୍ତିକୁ ଦଳରେ ଫାଟ ସୃଷ୍ଟି ହୋଇଛି । ଗୋଟିଏ ଦିନ ପୂର୍ବରୁ କର୍ଣ୍ଣାଟକ କ୍ୟାବିନେଟ ଲିଙ୍ଗାୟତକୁ ପୃଥମ ଧର୍ମ ମାନ୍ୟତା ଦେବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ଏହି ନିଷ୍ପତ୍ତିକୁ କଂଗ୍ରେସ ସଦସ୍ୟ ଶାମାନୁର ଶିବଶଙ୍କରପ୍ପା ଖୋଲାଖୋଲି ବିରୋଧ କରିଛନ୍ତି । ଅଖିଳ ଭାରତ ବୀରଶିବ ମହାସଭାର ସଭାପତି ଥିବା ଶିବଶଙ୍କରପ୍ପା କହିଛନ୍ତି ଆମେ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିବୁ ନାହିଁ । ବୀରଶିବ ଏବଂ ଲିଙ୍ଗାୟତ ଗୋଟିଏ ଓ ସମାନ; ତେଣୁ ଉଭୟଙ୍କୁ ସମାନ ବୋଲି ବିଚାର କରିବାକୁ ଆମେ ଦାବି କରିଆସୁଛୁ । ହେଲେ ଗତକାଲିର ନିଷ୍ପତ୍ତି ଏକ ତରଫା ଥିଲା । ପ୍ରକାଶ ଯେ ଲିଙ୍ଗାୟତକୁ ପୃଥକ ଧର୍ମ ମାନ୍ୟତା ଦେବା ପାଇଁ ନାଗମୋହନ ଦାସ କିମିଟଙ୍କ ରିପୋର୍ଟକୁ କର୍ଣ୍ଣାଟକ ସରକାର ଗ୍ରହଣ କରିବା ପରେ ଏହାକୁ ରାଜ୍ୟ କ୍ୟାବିନେଟ ସୋମବାର ଅନୁମୋଦନ କରିଥିଲା । ଏହାପରେ କାଲାବୁର୍ଗ ଅଞ୍ଚଳରେ ବୀରଶିବ ଏବଂ ଲିଙ୍ଗାୟତ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଫଳରେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି ।

Leave A Reply