ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଜବରଦଖଲକାରୀଙ୍କୁ ସୋମବାର ହଟାଯିବ : ବିଡିଏ

ଲିଙ୍ଗରାଜ ମନ୍ଦିର ଅଫିସ ସାମ୍ନାରେ ଧାରଣାରେ ବସିଲେ ଉଠା ବ୍ୟବସାୟି

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ଜବରଦଖଲକାରୀଙ୍କୁ ସୋମବାର ହଟାଯିବ। ବିଏମସି ବିଡିଏ ଏନଫୋର୍ସମେଣ୍ଟ ସ୍କାଡ ପକ୍ଷରୁ ସୋମବାର ଏହି ଜବରଦଖଲ ହଟିବ। ଏନେଇ ବିଡିଏ ପକ୍ଷରୁ ଜବରଦଖଲକାରୀଙ୍କୁ ଶନିବାର ବେତାର ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି। ଯାହାକୁ ପ୍ରତିବାଦ କରି ଲିଙ୍ଗରାଜ ମନ୍ଦିର କାର୍ୟ୍ୟାଳୟ ସାମ୍ନାରେ ଉଠା ବ୍ୟବସାୟିମାନେ ଧାରଣାରେ ବସିଛନ୍ତି। ପ୍ରଥମେ ଥଇଥାନ କରାଯାଇ ପରେ ଆମକୁ ଉଠାଯାଉ ବୋଲି ସେମାନେ ଦାବି କରିଛନ୍ତି।

Comments are closed.