ଗିରଫ ହେଲା ଶ୍ରୀଲିଙ୍ଗରାଜ ମନ୍ଦିରର ହୁଣ୍ଡି ଚୋର ; ଅଭିନବ ଉପାୟରେ ଲୁଟିଥିଲା ଲକ୍ଷାଧିକ ଟଙ୍କା

0

ଭୁବନେଶ୍ୱର : ଅଭିନବ ଉପୟାରେ ଶ୍ରୀଲିଙ୍ଗରାଜ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ ହୋଇଛି । ସୋମବାର ଅପରାହ୍ନରେ କେଦାରଗୌରୀ ମନ୍ଦିରରୁ ଶ୍ରୀଲିଙ୍ଗରାଜ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ବଲାଙ୍ଗୀର ଜିଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ଶନିବାର ଦିନ ଶ୍ରୀଲିଙ୍ଗରାଜ ମନ୍ଦିରର ହୁଣ୍ଡି ଖୋଲା ଯାଇଥିଲା। ନିକଟରେ ଜାଗର ଯାତ୍ରା ଯାଇଥିବାରୁ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବାହାରିବ ବୋଲି ମନ୍ଦିର ପ୍ରଶାସନ ଆଶା ରଖିଥିଲା। କିନ୍ତୁ ହୁଣ୍ଡିରୁ ମାତ୍ର ୩ ଲକ୍ଷ ୮୩ ହଜାର ୪ଶହ ୫୮ଟଙ୍କା ମିଳିଥିଲା । ଗତ ବର୍ଷ ତୁଳନାରେ ଢେର୍ କମ୍ ଅର୍ଥ ମିଳିଥିଲା ବୋଲି ମନ୍ଦିର ପ୍ରଶାସନ ଅଭିଯୋଗ କରିଥିଲେ । ଏହା ସହ ହୁଣ୍ଡିରୁ କାଗଜ ଠୋଲା ମଧ୍ୟ ଜବତ ହୋଇଥିଲା। ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିଛି । ତେବେ ଏହି ରାକେଟରେ ଅନ୍ୟ ସେ ଏକା କିମ୍ବା ଅନ୍ୟ କେହି ଏଥିରେ ସାମିଲ ରହିଛି ତାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି ।

Leave A Reply