ରେଳ ଧାରଣାରେ ଫାଟ ; ଅଳ୍ପକେ ବର୍ତ୍ତିଲା ଟ୍ରେନ୍

0

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଏକ ବଡ ଧରଣର ଅଘଟଣ ଘଟିବା ପୂର୍ବରୁ ଅଳ୍ପକେ ବର୍ତ୍ତିଯାଇଛି ଟ୍ରେନ୍ । ବନ୍ଧମୁଣ୍ଡାସ୍ଥିତ ଡିଜେଲ କଲୋନୀ କ୍ୟାବିନ୍‌ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥିଲା । ଏହାକୁ ଦେଖିଲା ପରେ ସେଠାରେ ଉପସ୍ଥିତ ଥିବା ଜଗୁଆଳି ରେଡ୍ ସିଗନାଲ ଦେଇଥିଲେ । ଫଳରେ ସେହି ଧାରଣା ଦେଇ ଆସୁଥିବା ଟାଟା -ଆଲ୍ମେପା ଏକ୍ସପ୍ରେସ ଅଟକି ଯାଇଥିଲା । ରେଳ ଧାରଣା ମରାମତି ହେବା ପରେ ଟାଟା -ଆଲ୍ମେପା ଏକ୍ସପ୍ରେସକୁ ଛଡା ଯାଇଥିଲା। ଏହି କାରଣରୁ ହାୱଡା–ମୁମ୍ବାଇ ରେଳ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ।

Leave A Reply