ବିଭିନ୍ନ ସ୍ଥାନରେ ବଜ୍ରାଘାତ; ୧୧ ମୃତ

0

କଟକ: ରଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ  ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇଥିବା ଖବର ମିଳିଛି। ବାଲେଶ୍ବର ଜିଲା ସୋର ଥାନା ସିଙ୍ଗାଖୁଣ୍ଟା ଗ୍ରାମରେ ୬୮ ବର୍ଷିୟା ବାସନ୍ତୀ ମହାନ୍ତି ନାମକ ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ସେହିପରି ବସ୍ତା ଅଞ୍ଚଳରେ ମଧୁସୂଦନ ବେହେରା(୪୦) ଓ ରୁଦ୍ରରାଜ ବେହେରା(୨୪) ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ଏବଂ ବରୁଣଗଡିଆ ଗ୍ରାମର ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଡୁକୁରା ପଞ୍ଚାୟତ ଚୁନୁଡିହା ଗ୍ରାମର ଭାସ୍କର ବେହେରାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ବେହେରା(୩୫)ଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ସେହିପରି ବଡ଼ସାହି ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ ହୋଇଛି । ଶ୍ରୀରାମପୁର ଗ୍ରାମର ଅଭିରାମ ମୁର୍ମୁଙ୍କ ପୁଅ ଲକ୍ଷ୍ମଣ(୪୨) ବିଲରେ ହଳ କରୁଥିବ ସମୟରେ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଲା ମାଣିକପୁରରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Leave A Reply