ବଜ୍ରପାତରେ ୩ ଆହତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ରେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଉପରମାଳିଗାଁ ଗ୍ରାମ ନିକଟରେ ବଜ୍ରପାତରେ ୩ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଉପରମାଳିଗାଁ ଗ୍ରାମର ଜଳଧର ଗୌଡ, ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବନ୍ତେଜ ଗ୍ରାମର ଟିକମା ମାଝୀ ଏବଂ ତାଙ୍କ ସ୍ବାମୀ ବିରସିଂ ମାଝୀ। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆହତ ମାନଙ୍କ ମଧ୍ୟରୁ ବନ୍ତେଜ ଗ୍ରାମର ଟିକମା ମାଝୀ ଏବଂ ତାଙ୍କ ସ୍ବାମୀ ବିରସିଂ ମାଝୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ରାୟଗଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବନ୍ତେଜ ଗ୍ରାମର ଲୋକମାନେ କୌଣସି କାମରେ ଉପରମାଳିଗାଁ ଗ୍ରାମକୁ ଯାଇ ଫେରିବା ସମୟରେ କାଳବୈଶାଖି ପ୍ରଭାବରେ ହଠାତ ବଜ୍ରପାତ ହୋଇଥିଲା।

Comments are closed.