ବଜ୍ରାଘାତରେ ଦୁଇ ମହିଳା ମୃତ

0

ଗୁଡାରି : ରାୟଗଡା ଜିଲା ଗୁଡାରି ଅଞ୍ଚଳରେ ବଜ୍ରପାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁଡାରି ବ୍ଲକ ଅର୍ନ୍ତଗତ କଟିଗୁଡା ଗ୍ରାମର ଚାରିଜଣ ମହିଳା ଜମିରେ ଚାଷ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ହିଁ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply