ବଜ୍ରାଘାତରେ ଶିଶୁ ମୃତ ମା’ ଗୁରୁତର

0

ପାରାଦ୍ୱୀପ : ପାରାଦ୍ବୀପ ବାଉରିଆ ପାଳନ୍ଦା ବସ୍ତିରେ ବଜ୍ରାଘାତରେ ୫ ବର୍ଷର ପୁଅ ମୃତ ଓ ମା ଗୁରୁତର। ଅପରାହ୍ନ ୪ଟା ସମୟରେ ପାରାଦ୍ବୀପ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହୋଇଥିଲା। ଉକ୍ତ ସମୟରେ ବାଉରିଆ ପାଳନ୍ଦାରେ ରହୁଥିବା ରେବତୀ ସୋରେନ ଲୁଗାପଟା ତୋଳିବା ପାଇଁ ଯାଇଥିବାବେଳେ ତାଙ୍କ ସାନ ପୁଅ ଟେରୁ ସୋରେନ ସାଙ୍ଗରେ ନେଇଥିଲେ। ଉକ୍ତ ସମୟରେ ବଜ୍ରାଘାତ ହେବାରୁ ଉଭୟ ସେଠାରେ ପଡିଯାଇଥିଲେ। ଘରର ଅନ୍ୟ ସଦସ୍ୟମାନେ ତାଙ୍କୁ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଟେରୁ ସୋରେନଙ୍କୁ(୫) ମୃତ ଘୋଷଣା କରିଥିବାବେଳେ ଗୁରୁତର ଥିବା ରେବତୀଙ୍କୁ ଚିକିତ୍ସା କରାଯାଉଛି।

Leave A Reply