ବଜ୍ରପାତରେ ଶ୍ରମିକ ମୃତ

0

ଆରଡି,/ଚାନ୍ଦବାଲି: ସୋମବାର ଅପରାହ୍ଣ ସମୟରେ ବଜ୍ରପାତ ଯୋଗୁଁ  ଭଦ୍ରକ ଜିଲା ଚାନ୍ଦବାଲିରେ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକ ଜଣଙ୍କ ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁର ପ୍ରଫୁଲ କୁମାର ରାଉତ ବୋଲି ଜଣା ପଡିଛି । ଅପରାହ୍ନ ସମୟରେ  କାଳବୈଶାଖୀ  ଯୋଗୁଁ ଝଡତୋଫାନ ହେବା  ସହ ବଜ୍ରପାତ ହୋଇଥିଲା । ଚିଙ୍ଗୁଡି ଫାର୍ମର କାର୍ଯ୍ୟ କରୁଥିବା ସମୟରେ ବଜ୍ରାଘାତ ହେବା ଯୋଗୁଁ ପ୍ରଫୁଲ କୁମାର ରାଉତ ସଜ୍ଞାହୀନ ହୋଇ ପଡିଯାଇଥିଲେ । ନିକଟରେ କାର୍ଯ୍ୟ କରୁଥିବା  ଶ୍ରମିକମାନେ  ରାଉତଙ୍କୁ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷାଣ କରିଛନ୍ତି ।

Leave A Reply