ସକାଳର ଏହି ଦୃଶ୍ୟ ଦେଇଥାଏ ଧନ ପ୍ରାପ୍ତିର ସଙ୍କେତ

ପୁରାଣରେ କୁହାଯାଇଛି ଯେ ଯଦି ଧନର ଦେବୀ ମା’ଲକ୍ଷ୍ମୀଙ୍କର କୃପା ହୋଇଥାଏ ତେବେ ଗୃହରେ ଧନସମ୍ପତ୍ତିର ଅଭାବ ହୋଇନଥାଏ। ଜଣେ ଧନୀ ହେବା ପୂର୍ବରୁ ତାକୁ ମିଳିଥାଏ କିଛି ସଂଙ୍କେତ ଜାଣନ୍ତୁ ତାହା କ’ଣ……
ଆପଣଙ୍କୁ ଧନ ପ୍ରାପ୍ତି ହେବାର ଥିଲେ ଆପଣଙ୍କ ଚତୁଃପାଶ୍ୱର୍ ସବୁଜ ଶ୍ୟାମଳା ଦେଖାଯାଏ। ଏପରି ହେଲେ ଜାଣନ୍ତୁ ଆପଣଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ହେବ।
ଝାଡ଼ୁ ଓ ମା’ଲକ୍ଷ୍ମୀଙ୍କ ମଧ୍ୟରେ ବହୁ ସୁଦୃଢ ସଂପର୍କ। ତେଣୁ ସକାଳେ ଯଦି ଆପଣ କାହାକୁ ଝାଡ଼ୁ କରୁଥିବାର ଦେଖନ୍ତି, ଜାଣିବେ ଆପଣଙ୍କୁ ଧନ ପ୍ରାପ୍ତି ହେବ।
ଯଦି ଶଙ୍ଖର ଶବ୍ଦ ଶୁଣାଯାଏ, ତେବେ ଜାଣନ୍ତୁ ଆପଣଙ୍କ ଗୃହରେ ମା’ଲକ୍ଷ୍ମୀଙ୍କ କୃପା ନିଶ୍ଚୟ ହେବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ଘଟିବ।
ଯଦି ସକାଳେ ହଠାତ୍‍ ଆପଣ ଆଖୁ ଦେଖିବେ, ଜାଣନ୍ତୁ ଆପଣଙ୍କ ଦିନଟି ଅତ୍ୟନ୍ତ ଶୁଭ ହେବ ଓ ଧନର ପ୍ରାପ୍ତି ମଧ୍ୟ ହେବ।
ଯଦି ଗୃହର ନିକଟରେ ଧଳା ପେଚା ଦେଖନ୍ତି, ତେବେ ମଧ୍ୟ ଧନ ପ୍ରାପ୍ତି ହୋଇଥାଏ। କାରଣ ଧଳା ପେଚା ମା’ଲକ୍ଷ୍ମୀଙ୍କ ବାହନ ଅଟେ। ତେଣୁ ନିଜ ଘରର ଆଖପାଖରେ ପେଚା ଦେଖିବା ଧନ ପ୍ରାପ୍ତିର ସଂଙ୍କେତ ହୋଇଥାଏ।

Comments are closed.