www.samajalive.in
Monday, December 8, 2025
13.1 C
Bhubaneswar

ହାତ ଓ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ସଭିଏଁ ନିଜ ତ୍ୱଚାକୁ ଗୋରା ରଙ୍ଗ କରିବା ପାଇଁ ବିଶେଷ ଧ୍ୟାନ ଦେଇଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର କ୍ରିମ ଓ ଅନ୍ୟ କସମେଟିକ ଦ୍ରବ୍ୟ ମଧ୍ୟ ବ୍ୟବହାର କରାଯାଏ। ବହୁ ସମୟରେ ଏପରି ଦେଖାଯାଏ ଯେ, ଆମେ ତ୍ୱଚା ପ୍ରତି ଯେତେ ଧ୍ୟାନ ଦେଉ, ହାତ ଓ ଗୋଡ଼ ପ୍ରତି ସେତେ ଧ୍ୟାନ ଦେଇ ନଥାଉ। ସୂର୍ଯ୍ୟ କିରଣ, ଧୂଳିମାଟି, ପ୍ରଦୂଷଣ କାରଣରୁ ହାତ ଓ ପାଦରେ ମୃତ କୋଷିକା ଗୁଡ଼ିକ ପରସ୍ତ ଭାବେ ଜମିବାକୁ ଲାଗିଥାଏ। ଏହି କାରଣରୁ ଆମ ତ୍ୱଚା ତୁଳନାରେ ହାତ ଓ ପାଦର ରଙ୍ଗ କଳାଦେଖାଯାଏ। ନିଜ ହାତ ଓ ପାଦର ରଙ୍ଗ ଗୋରା କରିବା ପାଇଁ ଆପଣାନ୍ତୁ କିଛି ଟିପ୍ସ….
ହାତ ଓ ପାଦର ରଙ୍ଗକୁ ଗୋରା କରିବା ପାଇଁ କ୍ଷୀର ଓ ବଡ଼ ଲୁଣର ବ୍ୟବହାର କରନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧ ଚାମଚ ଲୁଣରେ ୨ ଚାମଚ କଞ୍ଚା କ୍ଷୀର ମିଶାନ୍ତୁ। ନିଜ ଇଚ୍ଛା ଅନୁଯାୟୀ ଏଥିରେ ୧ ଚାମଚ ମହୁ ମଧ୍ୟ ମିଶାଇ ପାରିବେ। ଏହାକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନିଜ ପାଦ ଓ ହାତରେ ଭଲ ଭାବେ ଘଷନ୍ତୁ। ସପ୍ତାହକୁ ୨ ରୁ ୩ ଥର ଏହାକୁ ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହେବା ସହ ହାତ ଓ ପାଦ କୋମଳ ମଧ୍ୟ ହେବ।

courtesy : hotpeeks.com

କମଳା ଚୋପାକୁ ଭଲ ଭାବେ ଶୁଖାଇ ଦିଅନ୍ତୁ। ଶୁଖିବା ପରେ ଏହାକୁ ପେଷି ଗୁଣ୍ଡ କରି ଦିଅନ୍ତୁ। ଏଥିରେ କଞ୍ଚାକ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ହାତ ଓ ପାଦରେ ଲଗାଇ କିଛି ସମୟ ରଖନ୍ତୁ। କିଛି ସମୟ ପରେ ଏହା ଶୁଖିଗଲେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର ଲଗାନ୍ତୁ ନିଜେ ଏହାର ଚତ୍ମକାରିତା ଅନୁଭବ କରିବେ।

- Advertisement -
courtesy : Bigbasket Lifestyle Blog

୨ ଚାମଚ ଚନ୍ଦନ ଗୁଣ୍ଡରେ କାକୁଡ଼ି ଓ ଲେମ୍ବୁ ରସକୁ ଭଲ ଭାବେ ମିଶାନ୍ତୁ। ଏହାକୁ ହାତ ଓ ପାଦରେ ଲଗାନ୍ତୁ। ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ହାତ ଓ ପାଦର କଳା ରଙ୍ଗ ଦୂର ହୋଇଥାଏ।

courtesy : AtHomeDiva

ଦହିରେ ମହୁ ମିଶାଇ ଏହାକୁ ମଧ୍ୟ ବ୍ୟବହାର କରିପାରିବେ। ଦହିରେ ଓ ମହୁରେ ଥିବା ପୋଷକ ତତ୍ତ୍ୱ ହାତ ଓ ପାଦର କଳା ରଙ୍ଗର ଦୂର କରି ଗୋରା ଓ କୋମଳ କରିଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories