ଘରୁ ବାହାରିବା ସମୟରେ କରନ୍ତୁ ଏହି ଉପାୟ ! ମିଳିବ ସଫଳତା

0
507
pic courtesy Navbharat Times

ଘରୁ ବାହାରିବା ସମୟରେ ପ୍ରଥମେ ‘ଶ୍ରୀ ଗଶେଶାୟ ନମଃ’ ମୁହଁରେ ଧରନ୍ତୁ ତା’ ପରେ ଘରୁ ବାହାରନ୍ତୁ । ଏହା ଦ୍ବାରା କାର୍ଯ୍ୟ ନିଶ୍ଚୟ ସମ୍ପର୍ଣ୍ଣ ହେବ ।

ଘରୁ ବାହାରିବା ସମୟରେ ଗୁଡ ଖାଇ ବା ଅଳ୍ପ ପାଣି ପିଇ ବାହାରନ୍ତୁ । ଏହା ଦ୍ବାରା କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିବ ।

ଏତତ୍ ବ୍ୟତୀତ ଘରର ଏରୁଣ୍ଡି ବନ୍ଦ ବାହାରେ କିଛି କଳା ଲଙ୍କା ବିଛାଡି ପକାଇ ଦିଅନ୍ତୁ ଏବଂ ଏହା ଉପରେ ପାଦ ରଖି ଘରୁ ବାହାରନ୍ତୁ । ପଛକୁ ଫେରି ଚାହାଁନ୍ତୁ ନାହିଁ । ଏହି ଉପାୟ କରିବା ଦ୍ବାରା ହେଉ ନଥିବା କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତି ହେବ ।

pic courtesy Navbharat Times

ବିଦ୍ୟାର୍ଥୀମାନେ ପରୀକ୍ଷା ଦେବାକୁ ଯିବା ସମୟରେ ଦହିରେ ତୁଳସୀ ପତ୍ର ପକାଇ ତାହାକୁ ଖାଆନ୍ତୁ । ତା ପରେ ଘରୁ ବାହାରନ୍ତୁ ।

ବେପାର ବାଣିଜ୍ୟ ବା ଚାକିରୀ ପାଇଁ ଯାଉଥିଲେ ପକ୍ଷୀଙ୍କୁ ଖାଇବାକୁ ଦେଇ ଯାଆନ୍ତୁ । ଏହା ଦ୍ବାରା ବେପାର ଓ ଚାକିରୀରେ ଲାଭ ମିଳିଥାଏ । ଖୁସି ଦୁଇ ଗୁଣ ହେବା ସହ ସମୃଦ୍ଧିର ରାସ୍ତା ଖୋଲି ଥାଏ ।

ଏତତ୍ ବ୍ୟତୀତ ଋଣ ବୋଝ ଥିଲେ ଅଟାରେ ଚିନି ମିଶାଇ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ ।

ମାଛକୁ ଖାଇବାକୁ ଦେବା ଦ୍ବାରା ବ୍ୟକ୍ତିର ସମୃଦ୍ଧି ବୃଦ୍ଧି ହୋଇଥାଏ । ମାନ-ସମ୍ମାନ ପାଇବା ପାଇଁ ପକ୍ଷୀଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।