ମହିଳାଙ୍କ ଏହି ଭୁଲ ସ୍ୱାମୀ ଓ ପିଲାଙ୍କ ଭାଗ୍ୟ ଖରାପ କରିଥାଏ

ଘରର ଭାଗ୍ୟ ମହିଳାଙ୍କ ଉପରେ ନିର୍ଭର କରିଥାଏ। ମହିଳାମାନେ ଯେପରି କାର୍ଯ୍ୟ କରିବେ ତାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମହିଳାମାନେ ଘରେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ବେଳେ ବେଳେ ମହିଳାମାନେ ଅଜାଣତରେ ଏପରି କିଛି ଭୁଲ କରି ଦିଅନ୍ତି ଯାହାର ପ୍ରଭାବ ସେମାନଙ୍କ ସ୍ୱାମୀ ଓ ପିଲାଙ୍କ ଉପରେ ପଡିଥାଏ। ଆସନ୍ତୁ ଜାଣିବା ମହିଳାମାନେ କେଉଁ ଭୁଲ କରିବା ଉଚିତ ନୁହେଁ …

ବାସ୍ତୁଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ସକାଳୁ ନ ଗାଧୋଇ ରୋଷେଇ କରିଥାନ୍ତି ତେବେ ଘରେ କୁପ୍ରଭାବ ପଡିଥାଏ। ଏହାଦ୍ୱାରା ସ୍ୱାମୀ ଓ ପିଲାମାନଙ୍କର ଅମଙ୍ଗଳ ହୋଇଥାଏ। ଏହାର ପ୍ରଭାବରେ ପରିବାର ସଦସ୍ୟଙ୍କୁ ଅନେକ ରୋଗର ସାମନା କରିବାକୁ ପଡିଥାଏ।

ରୋଷେଇ ଘରେ ମହିଳାମାନେ କେଉଁ ଦିଗରେ ଖାଦ୍ୟ ତିଆରି କରିବା ଉଚିତ ତାହା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ରୋଷେଇ ଘର ଯେଉଁ ଦିଗରେ ଥାଉ ସର୍ବଦା ରୋଷେଇ କରିବା ବେଳେ ମହିଳାଙ୍କ ମୁହଁ ପୂର୍ବ ଦିଗକୁ ରହିବା ଉଚିତ। ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ।

ରୋଷେଇ କରିବା ବେଳେ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ତିଆରି କରିବା ଅନୁଚିତ। ଏହାଦ୍ୱାରା ଅଶୁଭ ଶକ୍ତି ଘରେ ପ୍ରବେଶ କରିଥାଏ। ଏପରି ସ୍ଥିତିରେ ପଶ୍ଚିମ ଦିଗକୁ ମୁହଁ କରିି ଖାଦ୍ୟ ତିଆରି କରିବା ଦ୍ୱାରା ସାମାନ୍ୟ ଉତ୍ତମ ଫଳ ପ୍ରଦାନ କରିଥାଏ।

ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଘରେ ତିଆରି କରିଥିବା ପ୍ରଥମ ରୁଟିକୁ ଗାଈକୁ ଖାଇବାକୁ ଦେବା ଉଚିତ। ଏହା କରିବା ଦ୍ୱାରା ଅନେକ ଅସୁବିଧା ଦୂର ହୋଇଥାଏ।

ରୋଷେଇ ଘର ସମ୍ମୁଖରେ ସ୍ନାନାଗାର (ବାଥରୁମ୍‍) ରହିଥାଏ ତେବେ ଏହା ଅଶୁଭ ହୋଇଥାଏ। ତେବେ ସର୍ବଦା ବାଥରୁମ୍‍ର କବାଟ ବନ୍ଦ ରଖନ୍ତୁ। ଯଦି ସମ୍ଭବ ଗାଧୁଆ ଘର ଓ ରୋଷେଇ ଘର ମଝିରେ ପରଦା ଲଗାଇ ଦିଅନ୍ତୁ।

Comments are closed.