୫ ବଳାତ୍କାରୀଙ୍କୁ ଆଜୀବନ ଜେଲ୍‍, ରାତି ୧୦ଟାରେ ଆସିଲା ରାୟ

0

ସମ୍ବଲପୁର : ଏକ ଗଣବଳାତ୍କାର ମାମଲାରେ ସମ୍ବଲପୁର ଜିଲା ଦୌରାଜଜ ୫ ବଳାତ୍କାରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ୱତନ୍ତ୍ର ପସ୍କୋ ଆଇନ ଆଧାରରେ ଅଦାଲତ ଅପରାଧର ମାସେ ମଧ୍ୟରେ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାର ଶୁଣାଣି ମଇ ୨୮ରେ ଆରମ୍ଭ ହୋଇଥିଲା। ପୀଡ଼ିତା ମଇ ୨୩ରେ ଆତ୍ମହତ୍ୟା କରିଥିଲା। ସୂଚନା ଅନୁସାରେ ଶାସନ ଥାନା ଅଞ୍ଚଳର ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାର ପ୍ରେମିକ ସନ୍ଧ୍ୟା ସମୟରେ ସ୍ଥାନୀୟ ଏକ ସ୍କୁଲକୁ ନେଇ ଯାଇଥିଲା। ସେଠାରେ ପ୍ରମିକ ଓ ତାର ୫ ସାଙ୍ଗ ମିଶି ନାବାଳିକାକୁ ରାତିସାରା ଗଣବଳାତ୍କାର କରିଥିଲେ। ସକାଳେ ନାବାଳିକା ଘରେ ପହଞ୍ଚି ସବୁକଥା କହିଥିଲା। ପୀଡ଼ିତା ବାପା ଏନେଇ ଶାସନ ଥାନାରେ ୬ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ୍‍ ମାମଲା ରୁଜୁ କରି ୨୧ ମଇରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତଦନ୍ତ ପରେ ଗିରଫ ଅଭିଯୁକ୍ତ ଅଫଜଲ ରାଜା, ଟିନୁ ସାହୁ, ଆର୍ଶୀବାଦ ବେହେରା, ଅଭିଳାସ ପଚୱିହାର, ହାଡୁ ପଚୱିହାରଙ୍କ ବିରୋଧରେ ପୁଲିସ୍‍ ଅଭିଯୋଗ ଫର୍ଦ ଦାଖଲ କରିଥିଲା। ୨୮ ମଇରୁ ପସ୍କୋ ଅଦାଲତରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଠିକ୍‍ ମାସେ ପରେ ଜିଲା ଦୌରାଜଜ୍‍ ଉଦୟଭାନୁ ଜେନା ଶନିବାର ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜବୀନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏନେଇ ପୀଡ଼ିତା ସମ୍ପର୍କୀୟଙ୍କ ସମେତ ୨୧ ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

Leave A Reply