୩୬୦ଡିଗ୍ରୀ ବୁଲିପାରୁଥିବା ଡ଼ିସପ୍ଲେ ସହ ବଜାରକୁ ଆସିଲା ଏହି ଫୋନ

0

ନୂଆଦିଲ୍ଲୀ : ଲିନରେ ଚାଲିଥିବା ଆଇଏଫଏ ୨୦୧୯ରେ ଏଲଜି ତାର ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ “ଏଲଜି ଜି୮ଏକ୍ସ ଥିଙ୍କ”। ଏହି ଫୋନର ଖାସକଥା ହେଉଛି ଏଥିରେ ଦୁଇଟି ଡ଼ିସପ୍ଲେ ଦିଆଯାଇଛି। ଯାହା ୩୬୦ଡିଗ୍ରୀ ପର୍ୟ୍ୟନ୍ତ ବୁଲି ପାରିବାର କ୍ଷମତା ରଖିଥାଏ। ଏହାର ଦ୍ବିତୀୟ ଡ଼ିସପ୍ଲେଟି ଗୋଟିଏ ୟୁଏସବ କେବୁଲ ମାଧ୍ୟମରେ ଫିଟ ହୋଇଥାଏ। ଏହି ଫୋନର ମୁକାବିଲା ସାମସଙ୍ଗ ଗାଲାକ୍ସି ଫୋଲ୍ଡ ସହିତ ହେବ। ଉଭୟ ଡିସପ୍ଲେର ସାଇଜ ସମାନ ରହିଛି। ଡ଼ିସପ୍ଲେ ସାଇଜ ୬.୪ଇଞ୍ଚ ହୋଇଥିବା ସୂଚନା ମିଳିଛି।

pic courtesy-NDTV Gadgets

ଏହାର ବାହାର ପାଖରେ ୨.୧ଇଞ୍ଚର ମନୋକ୍ରୋମ ଓଏଲଇଡି ଡ଼ିସପ୍ଲେ ରହିଛି, ଯେଉଁଥିରେ ସମୟ, ତାରିଖ, ନୋଟିଫିକେଶନ୍ ଏବଂ ବ୍ୟାଟେରୀ ବିଷୟରେ ଜାଣିହେବ। ଏହାର ଡିସେପ୍ଲ ଉପରେ ଟିପଚିହ୍ନ ସେନସର ଦିଆଯାଇଛି। ଫୋନରେ କ୍ବାଲାକମର ସ୍ନାପଡ଼୍ରାଗନ୍ ୮୫୫ପ୍ରୋସେସର ଏବଂ ୬ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ଦିଆଯାଇଛି।
ଫୋନରେ ୩୨ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି। ରିୟର କ୍ୟାମରୋ ମଧ୍ୟରୁ ଗୋଟିଏ ୧୩ମେଗାପିକ୍ସେଲ ଏବଂ ଅନ୍ୟଟି ୧୨ମେଗାପିକ୍ସେଲ। ଏଥିରୁ ଗୋଟିଏ କ୍ୟାମେରାରେ ସୁପର ୱାଇଣ୍ଡ ଆଙ୍ଗଲ ରହିଛି।
ଫୋନରେ ୪ହଜାର ଏମଏଚର ବ୍ୟାଟେରୀ ରହିଛି। ଏହାସହିତ ୧.୨ୱାଟର ଦୁଇଟି ସ୍ପିକର ମିଳିବ।
ଫୋନର ମୂଲ୍ୟ ଏବଂ ଭାରତରେ ଲଞ୍ଚକୁ ନେଇ ଏପର୍ୟ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

Leave A Reply