ଭୁବନେଶ୍ବରରେ କଳରାପତରିଆ ବାଘ !

0

ଭୁବନେଶ୍ବର : ଭୁବନେଶ୍ବରର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖିବାକୁ ମିଳିଛି। ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ଜଣାପଡିଛି। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଛି। ତେବେ ବନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।

ଏକ କଲରାପତରିଆ ବାଘ ଏୟାରପୋର୍ଟ ପାଚେରୀ ଡେଇଁ ପଳାସପଲ୍ଲୀ ଅଞ୍ଚଳକୁ ଆସିଥିବା ସ୍ଥାନୀୟ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି। ଗତକାଲି ରାତି ୧୧ଟାରେ ବାଘ ଆସିଥିବା ସିସିଟିଭିରେ ଦୃଶ୍ୟ କଏଦ ହୋଇଛି। ତେବେ ଲୋକେ ଭୟଭୀତ ନ ହେବାକୁ ସିଟି ଡିଏଫଓ କହିଛନ୍ତି ।

Leave A Reply