୪୮ମେଗାପିକ୍ସେଲ କ୍ୟାମେରା ସହ ବଜାରକୁ ଆସିଲା ଲେନୋଭୋର ଏହି ସ୍ମାର୍ଟଫୋନ

0

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଲେନୋଭା ବହୁ ଦିନର ବ୍ୟବଧାନ ପରେ ଭାରତୀୟ ବଜାରରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି। ଯାହାର ନାମ ଲେନୋଭୋ ଜେଡ-୬ପ୍ରୋ, ଲେନୋଭୋ ଏ-୬ନୋଟ। ତେବେ ଆସନ୍ତୁ ଏହି ଫୋନ ବିଷୟରେ ବିସ୍ତାରରୂପେ ଜାଣିବା-

pic courtesy-india today

ଲେନୋଭୋ ଜେଡ୍-୬ପ୍ରୋର ବିଶେଷତ୍ଵ
ଏହି ଫୋନରେ ଆଣ୍ଡ୍ରଏଡ ପାଇ ୯.୦ମିଳିବ। ଏହାବ୍ୟତୀତ ଫୋନରେ ୬.୩୯ଇଞ୍ଚର ଏମୋଲେଡ ଡିସପ୍ଲେ, ଇନ୍-ଡିସପ୍ଲେ ଟିପଚିହ୍ନ ସେନସର, ଫୋସ୍ ଅନଲକ ଦିଆଯାଇଛି। ଫୋନରେ କ୍ବାଲାକମର ସ୍ନାପଡ୍ରାଗନ ୮୫୫ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୪୦ଜିପିୟୁ, ୮ଜିବି ଏବଂ ୧୨୮ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ମିଳିବ।
ଫୋନରେ ଚାରୋଟି ରିଅର କ୍ୟାମେରା ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲ, ଦ୍ବିତୀୟଟି ୧୬ମେଗାପିକ୍ସେଲର ୱାଇଣ୍ଡ ଗ୍ଲାସ, ତୃତୀୟଟି ୮ମେଗାପିକ୍ସେଲର ଟେଲିଫଟୋ ଲେନ୍ସ, ଚତୁର୍ଥ କ୍ୟାମେରାଟି ୨ମେଗାପିକ୍ସେଲର ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୩୨ମେଗାପିକ୍ସେଲ ରହିଛି। ଉଭୟ କ୍ୟାମେରାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ସପୋର୍ଟ ରହିଛି।
ଏହି ଫୋନରେ ସଂଯୋଗ ପାଇଁ ୪-ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ୍, ୟୁଏସବି ଟାଇପ୍-ସି ଏବଂ ୪ହଜାର ଏମ୍ଏଚ୍ ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାବ୍ୟତୀତ ଏଥିରେ ୨୭ୱାଟର ଚାର୍ଜର ମଧ୍ୟ ମିଳିବ।
ଏହାର ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୩୩ହଜାର ୯୯୯ଟଙ୍କା। ଏହି ଫୋନର ବିକ୍ରି ସେପ୍ଟେମ୍ବର ୧୧ରୁ ଅନଲାଇନ ଷ୍ଟୋର ଫ୍ଲିପକାର୍ଟରୁ ହେବ। ଫୋନରେ ଜିଓ ତରଫରୁ ୨,୨୦୦ଟଙ୍କାର କ୍ୟାସବ୍ୟାକ ମିଳିବ ବୋଲି ସୂଚନା ମଳିଛି।

pic courtesy-the mobile indian

ଲେନୋଭୋ ଏ-୬ ନୋଟର ବିଶେଷତ୍ଵ
ଫୋନରେ ୬.୦୯ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ଆଶପେକ୍ଟ ରେଶିଓ ୧୯.୫:୯। ଫୋନରେ ୱାଟର ଡ୍ରପ ନଞ୍ଚ ଡ଼ିସପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ମିଡିଆଟେକର ହିଲିଓ ପି-୨୨ପ୍ରୋସେସର ରହିଛି।ପୋନରେ ଡୁଆଲ ରିଅର କ୍ୟାମେରା ମିଳିବ। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲ ଏବଂ ଦ୍ବିତୀୟଟି ୨ମେଗାପିକ୍ସେଲର ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୫ମେଗାପିକ୍ସେଲର ରହିଛି।
ଫୋନରେ ୪ହଜାର ଏମଏଚ ବ୍ୟାଟେରୀ ରହିଛି। ଯାହା ୧୦ୱାଟ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହି ଫୋନର ୩ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜର ମୂଲ୍ୟ ୭ହଜାର ୯୯୯ଟଙ୍କର ରହିଛି ଏବଂ ଏହାର ବିକ୍ରି ଅନଲାଇନ ଷ୍ଟୋର ଫ୍ଲିପକାର୍ଟରୁ ୧୧ସେପ୍ଟେମ୍ବରରୁ ହେବ। ଫୋନରେ ୪ହଜାର ଏମଏଚର ବ୍ୟାଟେରୀ ରହିଛି। ଯାହା ୧୮ୱାଟର ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଫୋନର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୩ହଜାର ୯୯୯ଟଙ୍କା। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୫ହଜାର ୯୯୯ଟଙ୍କା।

Leave A Reply