ଅନେକ ସମସ୍ୟାର ସମାଧାନ କରେ ଲେମ୍ବୁ ଚୋପା

ସାଧାରଣତଃ ଲେମ୍ବୁ ଖାଇବା ପରେ ତା’ର ଚୋପାକୁ ଆମେ ଫୋପାଡ଼ି ଦେଇଥାଆନ୍ତି। ହେଲେ ଲେମ୍ବୁ ଚୋପାରୁ ମିଳୁଥିବା ଉପକାରୀତା ବିଷୟରେ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଲେମ୍ବୁ ଚୋପା ଆମର କାମରେ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ଲେମ୍ବୁ ଚୋପାର ବିଭିନ୍ନ ଉପକାରୀ ଗୁଣ ବିଷୟରେ-

–ଲେମ୍ବୁ ଚୋପାରେ ଆପଣ ଚଟଣୀ ପ୍ରସ୍ତୁତ କରି ଖାଇ ପାରିବେ। ଚଟଣୀ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଲେମ୍ବୁଚୋପା, ଲୁଣ, ଲଙ୍କା ପାଉଡର ନେଇ ତାକୁ ଭଲ ଭାବେ ପେଷ୍ଟ କରିଦିଅନ୍ତୁ।
–ଲେମ୍ବୁ ଚୋପାକୁ ଭଲ ଭାବେ ଗୁଣ୍ଡ କରି ଶୁଖାଇ ଦିଅନ୍ତୁ। ଏବେ ଏହାକୁ ପାଣିରେ ପକାଇ ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ।
–ଆପଣ ଲେମ୍ବୁ ଚୋପାରେ ସ୍କ୍ରବ୍ ମଧ୍ୟ ପ୍ରସ୍ତୁତ କରିପାରିବେ। ଏହାକୁ ଶୁଖାଇ ଖଦଖଦଡ଼ିଆ ଭାବେ ଗୁଣ୍ଡ କରି ଚେହେରାରେ ଲଗାଇ ସ୍କ୍ରବ୍ କରନ୍ତୁ।
–ଛୁରୀରେ କଳଙ୍କି କିମ୍ବା ମଇଳା ଲାଗିଥିଲେ, ଲେମ୍ବୁ ଚୋପା ଘସି ଏହାକୁ ସଫା କରିପାରିବେ।
–ତମ୍ବା ବାସନକୁ ସଫା କରିବା ପାଇଁ ଲେମ୍ବୁ ଚୋପା ବ୍ୟବହାର କରନ୍ତୁ। ଏହାଦ୍ବାରା ବାସନ ନୂଆ ଭଳି ଚମକିବ।
–ଲେମ୍ବୁ ଚୋପାକୁ ପେଷ୍ଟ କରି ନଖରେ ଲଗାନ୍ତୁ। ଏହାଦ୍ବାରା ନଖ ପରିଷ୍କାର ହେବା ସହ ଚମକପ୍ରଦ ଦେଖାଯିବ।

Comments are closed.