ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ

ଲକ୍ଷ୍ମୀପୁର : ମରଣ ଯନ୍ତା ପାଲଟିଛି କୋରାପୁଟ- ରାୟଗଡ଼ା ୩୨୬ ଜାତୀୟ ରାଜପଥ। ଲକ୍ଷ୍ମୀପୁର ଠାରୁ କାକିରିଗୁମା ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗତ୍ର ମାନ ସୃଷ୍ଟି ହୋଇଥିବାରୁ ଯାନ ବହାନ ଚଳାଚଳ ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବହନ ବିଭାଗ ପକ୍ଷରୁ ବାର୍ଷିକ କୋଟି କୋଟି ଟଙ୍କା ପଥ କର ଆକାରରେ ଆଦାୟ କରାଯିବା ସହିତ ପ୍ରତିଦିନ ସ୍ଥାନୀୟ କୋଡ଼ିଙ୍ଗାମାଳିରୁ ମଧ୍ୟ ୪ ଶହରୁ ଊର୍ଦ୍ଧ୍ବ ହାଇୱା ବକ୍ସାଇଟ ପରିବହନ କରୁଛନ୍ତି। ଏବାବଦକୁ ମଧ୍ୟ ଜାତୀୟ ରାଜପଥ ପ୍ରଧିକରଣ କୋଟି କୋଟି ଆୟ କରୁଛନ୍ତି। ତେବେ ମରାମତିର ନା ଧରୁ ନାହାନ୍ତି। ଯାହା ଫଳରେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି। କୋରାପୁଟ ଠାରୁ ରାୟଗଡ଼ା ୧୧୦ କଲୋମିଟ ହୋଇଥିବା ବେଳେ କାକିରିଗୁମା ଡମ୍ପିଂ ସ୍ଥାନରୁ ରାସ୍ତ ଠାରୁ ଳକ୍ଷ୍ମୀପୁର ପର୍ଯ୍ୟନ୍ତ ଯିବା ପାଇଁ ମଟର ସାଇକେଲ ଆରୋହୀଙ୍କ ଠାରୁ ଆରମ୍ଭ କରି ଚାରି ଚକିଆ ଗାଡ଼ି ଗୁଡ଼ିକ ଚଳପ୍ରଚଳ ପାଇଁ ନାନା ସମସ୍ୟାରେ ସମ୍ମୁଖୀନ ହୋଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ନିକଟରେ ନିୟମ କରାଯାଇଛି ଯେଉଁ ଠାରେ ରାସ୍ତାରେ ଖାଲ ହୋଇଥିବ ସେ ନେଇ ସପ୍ତାହକ ମଧ୍ୟରେ ପଦକ୍ଷେପ ସ୍ୱରୁପ ରାସ୍ତା ମରାମତି କରାଯିବ। କିନ୍ତୁ ଲକ୍ଷ୍ମୀପୁର ଠାରେ ଥିବା ଜାତୀୟ ରାଜପଥ କାର୍ଯ୍ୟଳେୟ ଠାର ଅଳ୍ପ ଦୂରରେ ମଧ୍ୟ ବଡ଼ ବଡ଼ ଗତ୍ର ମାନ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ନ ଆସିବା ବିଡ଼ମ୍ବନାର ବିଷୟ। ଏପରିକି କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ମଧ୍ୟ ଏଠାରେ ଏକପ୍ରକାର ଅଣ ଦେଖା କରାଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Comments are closed.