ମୃତ୍ୟୁ ପୂର୍ବରୁ ଲକ୍ଷ୍ମୀଧରଙ୍କ ଭିଡିଓ ଭାଇରାଲ

0

ନିରାକାରପୁର : ରାଜ୍ୟ ସରକାର ଦୁର୍ନୀତି ଦୂର କରିବା ପାଇଁ ଥ୍ରୀଟିକୁ କାର୍ଯ୍ୟକାରୀ କରିଥିଲେ ମଧ୍ୟ ଏହାର ସଫଳ ରୂପାୟନ ଦେଖିବାକୁ ମିଳିନଥିବା ଅଭିଯୋଗ ହୋଇଛି। ଦୁର୍ନୀତିକୁ ନେଇ ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ପୂର୍ବୁରୁ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ବିଡିଓଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ଗୁହାରି କରି ନିରାଶ ହୋଇଥିବା ସେ କହିଛନ୍ତି।
ଲକ୍ଷ୍ମୀଧର ଏହି ଭିଡିଓରେ ନିଜର ଘର ନିର୍ମାଣରେ ସରକାରୀ କର୍ମଚାରୀ କିପରି ଲାଞ୍ଚ ମାଗୁଥିଲେ ସେ କଥା କହିଛନ୍ତି। ମୋ ପିଲାମାନଙ୍କୁ ପାଠ ପଢିବାକୁ ଟଙ୍କା ଦେଇପାରୁନାହିଁ ମୁଁ ୧୫ହଜାର ଟଙ୍କା କୋଉଠୁ ଆଣିବି ବୋଲି ସେ ପ୍ରଶାସନକୁ ପ୍ରଶ୍ନ କରିଥିଲେ।
ଆତ୍ମହତ୍ୟା କରିଥିବା ଲକ୍ଷ୍ମୀଧରଙ୍କ ପତ୍ନୀ ଅଭିଯୋଗ କରିବାପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଜିଲାପାଳ ଭିଡିଓ ଭାଇରାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply