ଶୁକ୍ରଦୋଷ ଦୂର କରିବା ପାଇଁ ଜପ କରନ୍ତୁ ଏହି ୧୮ଟି ନାମ

0

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଓ ବ୍ରତ କରିବା ଦ୍ୱାରା ଶୁକ୍ରଗ୍ରହ ମଜଭୂତ ହୋଇଥାନ୍ତି। ଏହି ଦିନ ବ୍ରତ କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂ୍‍ଜା କରିବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଘରେ ସୁଖଶାନ୍ତିର ବାତାବରଣ ମଧ୍ୟ ରହିଥାଏ। ଯେଉଁ ମାନଙ୍କ ଜନ୍ମଜାତକରେ ଶୁକ୍ର ଦୋଷ ରହିଥାଏ ସେମାନେ ଏହି ବ୍ରତ କରିବା ଦ୍ୱାରା ଲାଭ ପାଇପାରିବେ। ଏହି ଉପାୟ ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ମିଳିପାରିବ। ଶୁକ୍ରବାର ଦିନ ସନ୍ଧ୍ୟା ବେଳେ ଘରର ଐଶାନ୍ୟ କୋଣରେ ଗୁଆଘିଅରେ ଦୀପ ଜଳାନ୍ତୁ। ଏହା ସହ ମା ଲକ୍ଷ୍ମୀଙ୍କର ଏହି ମନ୍ତ୍ର ଜପ କରନ୍ତୁ।


ମା ଲକ୍ଷ୍ମୀଙ୍କର ୧୮ଜଣ ପୁତ୍ରଙ୍କ ନାମ ଜପ କରିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଶୁକ୍ରବାର ଦିନ ନାମ ଜାପ କରିବା ଆରମ୍ଭରେ ଓଁ ଓ ଶେଷରେ ନମଃ କହିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ନାମ ଗୁଡିକ ହେଲା: ଓଁ ଦେବସଖାୟ ନମଃ, ଓଁ ଚିକ୍ଲିତାୟ ନମଃ, ଓଁ ଆନଂଦାୟ ନମଃ, ଓଁ କର୍ଦମାୟ ନମଃ, ଓଁ ଶ୍ରୀପ୍ରଦାୟ ନମଃ, ଓଁ ଜାତବେଦାୟ ନମଃ, ଓଁ ଅନୁରାଗାୟ ନମଃ, ଓଁ ସଂବାଦାୟ ନମଃ, ଓଁ ବିଜୟାୟ ନମଃ, ଓଁ ବଲ୍ଲଭାୟ ନମଃ, ଓଁ ମଦାୟ ନମଃ, ଓଁ ହର୍ଷାୟ ନମଃ, ଓଁ ବଳାୟ ନମଃ, ଓଁ ତେଜସେ ନମଃ, ଓଁ ଦମକାୟ ନମଃ, ଓଁ ସଲିଲାୟ ନମଃ, ଓଁ ଗୁଗୁଲାୟ ନମଃ, ଓଁ କୁରୁଟକାୟ ନମଃ।

Leave A Reply