୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଇନଜୀବୀଙ୍କ ଆନ୍ଦୋଳନ

0

କଟକ : ଏକ ମାସରୁ ଅଧିକ ସମୟ ଧରି ଚାଲୁ ରହିଥିବା ଆଇନଜୀବୀମାନଙ୍କ ଆନ୍ଦୋଳନ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ଥିର ହୋଇଛି। ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।  ବାର ଆସୋସିଏସନର ସଭାପତି ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀ ଗିରଫ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ରାଜ୍ୟ ସରକାର ଅଦାଲତଙ୍କ ଆଦେଶକୁ ଅବମାନନା କରି ତଦନ୍ତ ପ୍ରକ୍ରିୟାରେ କୋହଳ ମନୋଭାବ ପୋଷଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଅଗଷ୍ଟ ମାସ ୨୮ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ଏହାପରେ ପୁଲିସ ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ ପୁଲିସଙ୍କୁ ଗିରଫ କରିବା ଦାବି କରି ଗତ ୨୯ ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି।

Leave A Reply