ଟେଷ୍ଟି ଲାଉ ତରକାରୀ

0

ଆବଶ୍ୟକ ସାମଗ୍ରୀ
ଲାଉ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ପେଷା (ଗ୍ରାଇଣ୍ଡିଙ୍ଗ୍‍ )ଟମାଟୋ – ୨ଟି
କଟା ପିଆଜ – ୨ଟି
ଅଟା – ୧ଚାମଚ
ଗୋଟା ଜିରା- ଅଳ୍ପ
ଅଦା ରସୁଣ ବଟା – ୪ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଲାଉକୁ ଛୋଟ ଛୋଟ ଫାଳ କରି କାଟି ଓ ଧୋଇ ଏକ ପାତ୍ରରେ ରଖନ୍ତୁ। ଏହା ପରେ ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଗରମ ହେବା ଏକ ଚାମଚ ଅଟା ଏଥିରେ ପକାଇ ଘାଣ୍ଟନ୍ତୁ। ଏହା ମାଟିଆ ରଙ୍ଗ ହୋଇଗଲେ ଏହାକୁ ଏକ ପାତ୍ରରେ କାଢି ରଖନ୍ତୁ। ଏବେ କଡ଼େଇକୁ ଧୋଇ ଦିଅନ୍ତୁ ଓ ପୁଣି ଥରେ ଗ୍ୟାସରେ ବସାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା, କଟା ପିଆଜ ପକାଇ ଭାଜନ୍ତୁ। ଭାଜି ହେବା ପରେ ଏଥିରେ ପେଷା ହୋଇଥିବା ଟମାଟୋ , ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ସାମାନ୍ୟ ଲୁଣ, ପାତ୍ରରେ ରଖିଥିବା ଅଟାକୁ ପକାଇ ଭଲ ଭାବେ କଷନ୍ତୁ। କଷି ହେବା ପରେ ଏହି ମସଲାକୁ ଏକ ପାତ୍ରରେ କାଢି ରଖନ୍ତୁ। ଏବେ ଗ୍ୟାସରେ ଏକ କୁକର ବସାଇ ସାମାନ୍ୟ ତେଲ , ପ୍ରସ୍ତୁତ ହୋଇରହିଥିବା ମସଲାକୁ ଏଥିରେ ପକାଇ , କଟା ହୋଇଥିବା ଲାଉକୁ ପକାନ୍ତୁ। ଅଧ କପ ପାଣି ଦେଇ ସାମାନ୍ୟ ଲୁଣ ପକାଇ ୧୦ ମିନିଟ ଗ୍ୟାସରେ ବସାଇ ୨ରୁ ୩ଟି ସିଟି ଦିଅନ୍ତୁ।

ଏହା ପରେ ଏହାକୁ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ଲାଉ ତରକାରୀ।

Leave A Reply