ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭକାରୀଙ୍କ ଭଙ୍ଗାରୁଜା

0

ଖୋର୍ଦ୍ଧା: ବିଭିନ୍ନ ଦାବି ନେଇ ଆଜି ଟାଙ୍ଗୀ ଜନଜାଗରଣ ମହାମେଣ୍ଟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ବିକ୍ଷୋଭକାରୀମାନେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହି ସମୟରେ ପୁଲିସ ସହ ବିକ୍ଷୋଭକାରୀମାନେ ଧସ୍ତାଧସ୍ତି ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲାଠି ମାଡ ଆରମ୍ଭ କରିଥିଲା। ଏଥିରେ ଦୁଇ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ନିକଟସ୍ଥ ମେହିକାଲରେ ଭର୍ତ୍ତି କରାଯାଇଛି।

Leave A Reply