ସୁର ସମ୍ରାଜ୍ଞୀଙ୍କ ସେଲ୍‌ଫି

0

କେବଳ ଅମିତାଭ ବଚ୍ଚନ ନୁହେଁ, ୮୮ ବର୍ଷୀୟା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ମଧ୍ୟ ଟ୍ବିଟର୍ ଆକାଉଣ୍ଟରେ ବେଶ୍ ସକ୍ରିୟ। ସୋମବାର ଲତାଜୀ ନିଜର ଏକ ପୁରୁଣା କଳା-ଧଳା ଫଟୋକୁ ଅପଲୋଡ କରିବା ସହ ଏହା ତାଙ୍କର ୬୮ ବର୍ଷ ପୁରାତନ ସେଲ୍‌ଫି ବୋଲି ଉଲ୍ଲେଖ କରିଛନ୍ତି। ଫଟୋରେ ସେ ଉଲ୍ଲେଖ କରିଛନ୍ତି ଯେ ନମସ୍କାର। ୧୯୫୦ ସମୟରେ ଏଇ ଫଟୋଟି ମୁଁ ନିଜେ ଉଠାଇଥିଲି। ବର୍ତ୍ତମାନ ପିଢ଼ି ଏହାକୁ ସେଲ୍‌ଫି ନାମ ଦେଇଛି। ସହସ୍ରାଧିକ ଲୋକ ଏହି ଫଟୋରେ ସୁନ୍ଦର କମେଣ୍ଟମାନ ଉଲ୍ଲେଖ କରିଛନ୍ତି। ଲତା ନିୟମିତ ଭାବେ ନିଜ ପ୍ରଶଂସକଙ୍କ ସହ ଏହି ଟ୍ବିଟର୍ ଆକାଉଣ୍ଟରେ ବାର୍ତ୍ତାଳାପ କରନ୍ତି। ବଲିଉଡ ତାରକାମାନେ ମଧ୍ୟ ଲତାଙ୍କ ଏହି ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି।

Leave A Reply