ଚାକିରିର ଶେଷ ଦିନରେ ଘୋଡାରେ ଆସିଲେ ଅଫିସ

0

ବେଙ୍ଗେଲୁରୁ : ନିଜ ଜୀବନର ସବୁ କାର୍ଯ୍ୟର ପ୍ରଥମ ଦିନ ଏବଂ ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ବେଙ୍ଗାଲୁରୁର ଜଣେ ସଫ୍ଟୱେର ଇଂଜିନିୟର ନିଜ ଚାକିରିର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଏଭଳି ଏକ ଅଭିନବ କାର୍ଯ୍ୟ କରିଛନ୍ତି। ନିଜ କାର୍ଯ୍ୟର ଶେଷ ଦିନରେ ସେ ଅଫିସକୁ ଘୋଡାରେ ଆସିଥିଲେ। ଅଫିସ୍‍ ଆସୁଥିବାବେଳେ ପ୍ରତିଦିନ୍‍ ଟ୍ରାଫିକ ଜାମ୍‍ ଯୋଗୁଁ ସେ ଅତିଷ୍ଠ ହୋଇପଡୁଥିଲେ। ତେଣୁ କାର୍ଯ୍ୟର ଶେଷ ଦିନରେ ସେ ଘୋଡାରେ ଆସିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଇଂଜିନିୟର ଜଣକ କହିଛନ୍ତି। ଘୋଡାରେ ଅଫିସ ଆସିଥିବା ଏହି ଇଂଜିନିୟର ଜଣକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଏହି ଇଂଜିନିୟରଙ୍କ ନାମ ରୁପେଶ କୁମାର ବର୍ମା। ରୁପେଶ ଘୋଡାରେ ଅଫିସ୍‍ ଆସୁଥିବା ସମୟରେ ଏକ ଫଳକ ଝୁଲାଇଥିଲେ। ସେଥିରେ ଲେଖାଥିଲା ଯେ ‘ଏକ ସପ୍ଟୱେୟାର ଇଂଜିନିୟର ହିସାବରେ ଏହା ମୋ ଶେଷ କାର୍ଯ୍ୟ ଦିବସ’। ସେ ଏହି ଅବସରରେ କହିଥିଲେ ଯେ ଦୀର୍ଘ ୮ ବର୍ଷ ଧରି ମୁଁ ବେଙ୍ଗାଲୁରୁରେ ରହିଆସୁଛି। ବେଙ୍ଗେଲୁରୁବାସୀ ବାୟୁ ପ୍ରଦୂଷଣ ଏବଂ ଟ୍ରାଫିକ୍‍ ଜାମ ଯୋଗୁଁ ଅତିଷ୍ଠ ହୋଇପଡିଲେଣି। ଏହି ଦୁଇ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମୁଁ ଘୋଡା ଚଢିବା ଶିଖିଛି। ଉଲ୍ଲେଖ ଯେ ରୁପେଶ ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି।

Leave A Reply