ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରି ବିସ୍ଫୋରଣ କଲେ ସିଆରପିଏଫ୍‍ କୋବ୍ରା ଟିମ୍‍

0

ଫୁଲବାଣୀ : କନ୍ଧମାଳ ଜିଲା ଫୁଲବାଣୀରୁ ଗୋଚ୍ଛାପଡା ରାସ୍ତାର କଟ୍ରିଙ୍ଗିଆ ଠାରୁ ପ୍ରାୟ ସାତ କିଲୋମିଟର ଦୂର ଘାଟି ରାସ୍ତାରେ ନକ୍ସଲ ବିଛାଇ ଥିବା ଲ୍ୟାଣ୍ଡ ମାଇନକୁ ଆଜି ଠାବ କରିଛି ସିଆରପିଏଫର ସ୍ୱତନ୍ତ୍ର କୋବ୍ରା ଟିମ୍‍ ଏବଂ ପୁଲିସ ବାହିନୀ। ଲ୍ୟାଣ୍ଡମାଇନ ଠାବ ହେବା ପରେ ନିଷ୍କ୍ରୀୟ କରାଯାଇ ବିସ୍ଫୋରଣ କରି ନଷ୍ଟ କରିଦେଇଛି ସିଆରପିଏଫ ଟିମ୍‍। ରାସ୍ତାର ଏକ ପାର୍ଶ୍ବରୁ ଖୋଳି ଭିତରେ ଭିତରେ ପ୍ରାୟ ଦୁଇ ଶହ ମିଟର ତାର ସଂଯୋଗ କରାଯାଇ ପୁଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିଛାଇଥିଲେ ମାଓବାଦୀ। ଟିଫିନରେ ପ୍ରାୟ ପାଞ୍ଚ କିଲୋଗ୍ରାମ ବିସ୍ପୋରକ ଥିବା ସିଆରପିଏଫ ୧୨୬ ବାଟାଲିଆନ୍‍ କମାଣ୍ଡଡାଣ୍ଟ ଡି କୁମାର ସୂଚନା ଦେଇଛନ୍ତି। ପୂବରୁ ମାଓବାଦୀ ପୋତିଥିବା ଲ୍‍୍ୟାଣ୍ଡମାଇନ ସୂଚନା ପାଇବା ପରେ ଏହି ରାସ୍ତାକୁ ସାନିଟାଇଜ୍‍ କରି ସଂପୂର୍ଣ ସୁର କ୍ଷିତ ରଖିବାକୁ ଅପରେସନ କରାଯାଇଥିଲା ଏବଂ ଲ୍ୟାଣ୍ଡମାଇନ ଚିହ୍ନଟ ହେବା ପରେ ବିସ୍ପୋରଣ କରି ନଷ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂ। ଏହି ଅପରେସନରେ ବୋମା ନିଷ୍କ୍ରୀୟକାରୀ ଦଳ, ଡଗ୍‍ ସ୍କ୍ୱାର୍ଡ,ଆଣ୍ଟି ଲ୍ୟାଣ୍ଡମାଇନ ଯାନ, ସିଆରପିଏଫ କୋବ୍ରା ବାହିନୀର ଯବାନ, ଏସଓଜି ୟୁନିଟର ସ୍ୱତନ୍ତ୍ର ଯବାନ, ସିଆରପିଏଫର କମାଣ୍ଡଡାଣ୍ଟ ଜି.କୁମାର, ସେକେଣ୍ଡ ଇନ୍‍ କମାଣ୍ଡ ଏସ କୁମାର ପ୍ରମୁଖ ସାମିଲ ହୋଇ ଦିନତମାମ ଅପରେସନ କରିଥିଲେ। ଏହି ଅପରେସନ ପାଇଁ ଫୁଲବାଣୀରୁ ଗୋଚ୍ଛାପଡା ରାସ୍ତାକୁ ପ୍ରାୟ ଦେଢ ଘଣ୍ଟାଣ୍ଟା ସିଲ୍‍ କରିଦେଇଥିଲେ ପୁଲିସ ଓ ସିଆରପିଏଫ ବାହିନୀ। ଏସଓପି ଅନୂୁସାରେ ସମସ୍ତ ଅପରେସନ କରାଯାଇଥିବା ପୁଲିସ ସୂଚନା ଦେଇଛି।
ଏଠାରେ ସୂଚନାଯୋଗ୍ୟ ଯେ ପଚିଶ ତାରିଖ ଦିନ ନକ୍ସଲ ସଂଗଠନ ଓଡିଶା ଓ ଛତିଶଗଡରେ ବନ୍ଦ ପାଳନ ଡାକରାରେ ଏହି ରାସ୍ତାରେ ଗଛ କାଟି ରାସ୍ତା ଅବରୋଧ କରିବା ସହିତ ପୋଷ୍ଟର ଓ ବ୍ୟାନର ମାରିଥିଲେ ମାଓବାଦୀ। ଗୋଚ୍ଛାପଡା ନିକଟ ନମେରବାଲି ପୋଲ ପୁଲିସ ଟିମ୍‍ ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିବା ବେଳେ ଆମ୍ବୁସ୍‍ କରି ଛପି ରହିଥିବା ମାଓବାଦୀ ଗୁଳି ଚାଳନା କରିଥିଲେ। ଏପରିକି ନିଆଯାଇଥିବା ଜେସିବି ଗାଡି ଉପରକୁ ମଧ୍ୟ ଗୁଳି କରିବାରୁ ପ୍ରାଣ ବିକଳରେ ସେଠାରୁ ଫେରିଆସିଥିଲେ ଜେସିବି ମେସିନ ଡ୍ରାଇଭର। ପୁଲିସ ଟିମ୍‍ ମଧ୍ୟ ସେଠାରୁ ପାଲଟା ଆକ୍ରମଣ ନ କରି ଫେରିଆସିଛି। ଭୟରେ ସେହି ରାସ୍ତାରେ ଯାଉଥିବା ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ମଧ୍ୟ ଯିବା ଆସିବା ବନ୍ଦ କରିଦେଇଥିଲେ। କେତେକ ସେଠାରେ ବିସ୍ଫୋରଣ ହୋଇଥିବା ଗୁଜବ ପ୍ରଚାର କରିଥିବା ବେଳେ ଜିଲା ପୁଲିସ ଏହାକୁ ଖଣ୍ଡନ କରିବା ସହିତ ଏସଓପି ଅନୁସାରେ ପଦକ୍ଷେପ ନିଆଯାଇଥିବା କହିଥିଲେ।

Leave A Reply