ଗ୍ରାମ୍ୟଦେବୀ ଲଣ୍ଡାବୀର ପୂଜା ଅନୁଷ୍ଠିତ

0

ତାଲପଦର : ବରଗଡ ଜିଲାର ବିଜେପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଏମ୍.ଶ୍ରୀଗିଡା ଗ୍ରାମର ପଶ୍ଚିମ ଦିଗର ଉତାଲି ନଦୀ କୂଳରେ ମହାସମାରୋହରେ ଅଧିଷ୍ଠାତ୍ରୀ ଦେବୀ ଲଣ୍ଡାବୀରଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୀଠରେ ଯିଏ ଯାହା ମାନସିକ କରେ ତାହା ନିଶ୍ଚୟ ପୂରଣ ହେବାର ସତ୍ୟତା ଥିବାରୁ ପ୍ରତିବର୍ଷ ଶହ ଶହ ଛାଗଳ ଓ କୁକୁଡା ବଳୀ ଦିଆଯାଇଥାଏ। ସୁନ୍ଦର ପରିବେଶ ଓ ବାଉଁଶ ଗଛ ତଳେ ଲଣ୍ଡାବୀର ମା’ ଏବଂ ଗ୍ରାମଦେବୀ ଗ୍ରାମର ଝାଙ୍କର କେରକେରୁ ବରିହା ଶରୀରରେ ଲଣ୍ଡାବୀର ଓ କମଳ ବରିହା ଶରୀରରେ ଗ୍ରାମଦେବୀ ପ୍ରବେଶ କରି ଭକ୍ତ ମାନଙ୍କ ସୁବିଧା ଅସୁବିଧା ବୁଝିଥାଆନ୍ତି। ରାତିରେ ଗ୍ରାମରେ ପଦ୍ମଶ୍ରୀ ହଳଧର ନାଗଙ୍କ ରଚିତ ଏବଂ ତାଙ୍କ ଦଳ ଡାଳଖାଇ ନୃତ୍ୟ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଜନ ସାଧାରଣ ଯୋଗଦାନ କରିଥିବା ବେଳେ ଗ୍ରାମର ପିତବାସ ମେହେର, ଅଶୋକ ପ୍ରଧାନ, ରବି ଜେନା, ନୀଳମଣି ମେହେର, ଗୁଣ ସାହୁ, ଚୂଡାମଣୀ ମେହେର ତଥା ଗ୍ରାମର ଯୁବକମାନେ ସହଯୋଗ କରିଥିଲେ।

Leave A Reply