ଲାଞ୍ଜିପଲ୍ଲୀ ବୋମାମାଡ ଘଟଣାରେ ୬ ଅଟକ, ଦେଖନ୍ତୁ ବୋମାମାଡର ଭିଡିଓ

0

ବ୍ରହ୍ମପୁର: ଲାଞ୍ଜିପଲ୍ଲୀରେ ବୋମା ମାଡ଼ ଘଟଣାରେ ୬ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚାରଉଚରା ଚଳାଇଛି। ବ୍ୟାଗରେ ବୋମା ଆଣି ଜଣେ ଯୁବକ କାର ଉପରକୁ ପିଙ୍ଗିଥିଲା। ତା ସହ ଅନ୍ୟ ଦୁଇ ଯୁବକ ଦୂରରେ ରହିଥିବା ଏହି ସିସିଟିଭି ଫୁଟେଜରୁ ଅନୁମାନ କରାଯାଉଛି।।

ସୂଚନାଯୋଗ୍ୟ, ଗତକାଲି ସ୍ଥାନୀୟ ଲାଞ୍ଜିପଲ୍ଲୀ ତୋଟା ସାହିରେ ଏକ କାର ଉପରକୁ ବୋମା ମାଡ଼ ହୋଇଥିଲା। ଏଥିରେ ସୁଶାନ୍ତ ବିଶୋଇ ନାମକ ଜଣେ ବ୍ୟକ୍ତିଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲା। ସେମାନଙ୍କୁ ଏମ୍କେସିଜି ମେଡିକାଲ୍କଲେଜ୍ରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ୍ ଏକ ଅଫୁଟା ବୋମା ମଧ୍ୟ ଜବତ କରିଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ

Leave A Reply